www.samajalive.in
Saturday, December 6, 2025
16.1 C
Bhubaneswar

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗଡ଼ିଲା ସଚେତନତା ରଥ

ଜି ଉଦୟଗିରି: ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜି ଉଦୟଗିରି ବାନାଞ୍ଚଳରେ ଗଡ଼ିଲା ସଚେତନତା ରଥ। ବିଗତ ଦିନରେ ଏକ ସଚେତନତା ରଥ କନ୍ଧମାଳ ଜିଲ୍ଲା ଖଣ୍ଡିଅ ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡିଅ ବନ ଅଧିକାରୀ ପ୍ରଶାନ୍ତ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପତାକା ଦେଖାଇ ଉଦଘାଟନ କରିବା ପରେ ଆଜି ସଚେତନତା ରଥ ଜି ଉଦୟଗିରି ବାନାଞ୍ଚଳଠାରେ ପହଞ୍ଚିଥିଲା। ଜି ଉଦୟଗିରି ବନାଞ୍ଚଳ ଅଧିକାରୀ ମୀନାକ୍ଷୀ କୁମୂରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଚେତନତା ରଥରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ପୂଜାର୍ଚ୍ଚନା କରି ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବନପାଳ ରଶ୍ମିତା ବକ୍ସି, ଅନୁପମା ପାଣିଗ୍ରାହୀ, ବନରଖି ବିଭୂରଞ୍ଜନ ସାମନ୍ତରାୟ, ମନୋଜ ମହାପାତ୍ର, ପାହାଡ଼ ସେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ଓ ପାରା ବନ କର୍ମଚାରୀ ସହଯୋଗ କରିଥିଲେ। ସଚେତନତା ରଥ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପ୍ରଚାର ପରେ ଫିରିଙ୍ଗିଆ ବନାଞ୍ଚଳ ଯିବାର କାର୍ଯ୍ୟକ୍ରମ ଥିବା ନେଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories