www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନରେ ଜରୁରୀ ଅବତରଣ କଲା କତର ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ଜଣେ ଯାତ୍ରୀଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଇଣ୍ଡିଗୋ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଇଣ୍ଡିଗୋ ଏୟାରଲାଇନର ୯ଇ୧୭୩୬ ବିମାନ ଦିଲ୍ଲୀରୁ କତରର ରାଜଧାନୀ ଦୋହାକୁ ଯାଉଥିଲା। ଯାତ୍ରା ସମୟରେ ବିମାନରେ ଥିବା ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା କହିଥିଲେ। ଏହାପରେ ପାଇଲଟ୍‌ ନିକଟସ୍ଥ କରାଚି ବିମାନବନ୍ଦରର ଏୟାର ଟ୍ରାଫିକ୍‌ କଂଟ୍ରୋଲକୁ ଏନେଇ ସୂଚନା ଦେଇଥିଲେ ଓ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। କରାଚି ଏୟାର ଟ୍ରାଫିକ କଂଟ୍ରୋଲ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥିଲା।

- Advertisement -

ଅସୁସ୍ଥା ଯାତ୍ରୀଙ୍କ ନାମ ଅବଦୁଲ୍ଲା(୬୦) ଓ ସେ ନାଇଜେରିଆର ନାଗରିକ ବୋଲି ଜଣାପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, କରାଚିରେ ଅବତରଣ କରିବା ପୂର୍ବରୁ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଇଣ୍ଡିଗୋ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଖବର ଦ୍ୱାରା ଆମେ ଅତ୍ୟନ୍ତ ଦୁଖିତ ଏବଂ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ପ୍ରାର୍ଥନା କରୁଛୁ। ସମ୍ପୃକ୍ତ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଅନ୍ୟ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଚାଲିଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories