www.samajalive.in
Thursday, December 11, 2025
27.1 C
Bhubaneswar

ଶାଢୀ ପିନ୍ଧି ଓସ୍କାର ପୁରସ୍କାର ଗ୍ରହଣ କଲେ ଗୁନୀତ୍‌ ମୁଙ୍ଗା

ଭୁବନେଶ୍ୱର – ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ସମ୍ମାନ । ଓସ୍କାରରେ ପାରମ୍ପରିକ ବନାରସୀ ଶାଢୀ ପିନ୍ଧି ପୁରସ୍କାର ଗ୍ରହଣ କଲେ ଗୁନୀତ ମୁଙ୍ଗା । ସର୍ବଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବା ଡକ୍ୟୁମେଣ୍ଟାରୀ ସିନେମା ପାଇଁ ଗୁନୀତ୍‌ଙ୍କ ସିନେମା “ଦ’ ଏଲିଫ୍ୟାଣ୍ଟ ହ୍ୱିସପରସ୍‌”କୁ ଓସ୍କାର ସମ୍ମାନ ମିଳିଛି । ଏହାର ସେ ସହ ପ୍ରଯୋଜକ ଅଛନ୍ତି । ତାଙ୍କ ସହ ସିନେମାର ନିର୍ଦେଶନା ଦେଇଥିବା କାର୍ତିକ ଗୋନସାଲଭେସ୍‌ଙ୍କୁ ମଧ୍ୟ ଓସ୍କାର ମିଳିଛି ।

 

View this post on Instagram

 

A post shared by Guneet Monga Kapoor (@guneetmonga)

- Advertisement -

ଗୁନୀତ ଏକ ଗୋଲାପି ରଙ୍ଗର ବନାରସୀ ଶାଢୀ ପିନ୍ଧି ଓସ୍କାର ଗ୍ରହଣକରିଥିଲେ । ଏ ସମ୍ପୂର୍ଣ୍ଣ ଭାବେ ଭାରତୀୟ ସାଜ୍ଜସଜ୍ଜାରେ ତାଙ୍କୁ ଦେଖିବା ପାଇଁ ମିଳିଥିଲା ।

 

ପଢନ୍ତୁ – ନାଟୁ ନାଟୁ ଗୀତକୁ ଓସ୍କାର

ପ୍ରଥମେ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ ସର୍ଟ ଫିଲ୍ମ ବର୍ଗରେ ଓସ୍କାର ପୁରସ୍କାର ମିଳିଥିଲା । ଜଙ୍ଗଲରେ ଏକ ପରିତ୍ୟକ୍ତ ହାତୀ ଶାବକ ଓ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କକୁ ନେଇ ତାମିଲ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । ୩୯ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଥିଲା। ଏଥିରେ ଭାରତୀୟ ଜଙ୍ଗଲର ସନୋରମ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁନ୍ଦର ଭାବେ ଦର୍ଶଯାଇଛି । ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ବର୍ଗରେ ‘ଏଲିଫ୍ୟାଣ୍ଟ ହୁଇସପରର୍ସ’କୁ  କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ମିଳିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories