www.samajalive.in
Sunday, December 14, 2025
17.1 C
Bhubaneswar

ଏକାଠି ହେଲେ ବଡ଼ମ୍ବା-ନରସିଂହପୁର ପୁରୁଖା ବିଜେପି ନେତୃବର୍ଗ

ବଡ଼ମ୍ବା :  ଆଗାମୀ ନିର୍ବାଚନକୁ ଆଖିରେ ରଖି ରାଜନୀତି ପାଣିପାଗରେ ଧୀରେଧୀରେ ଉଷ୍ମତା ପରିଲକ୍ଷିତ ହେଉଛି । ଗତ ୯୦ଦଶକରୁ ବଡ଼ମ୍ବା ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ(ବିଜେଡି)ର ଦୁର୍ଗହୋଇ ରହିଛି । ହେଲେ ପ୍ରମୁଖ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ସେତେଟା ସହଜ ନହେଲେ ବି ଏହି ଆସନକୁ ହାତେଇବା ଲାଗି ତାର ଉଦ୍ୟମ ଜାରି ରଖିଛି । ସମସ୍ୟା ରହିଛି ବିରୋଧୀଙ୍କ ସାଂଗଠନିକ ଦୁର୍ବଳତା ଯାହା ଶାସକଙ୍କୁ ସହାଉଛି ବୋଲି ସାଧାରଣରେ ଚର୍ଚ୍ଚା ହୁଏ । ତେବେ କିଭଳି ଆଗାମୀ ନିର୍ବାଚନକୁ ସାମନା କରାଯିବ ସେନେଇ ଇତିମଧ୍ୟରେ ପୁରୁଖା ବିଜେପି ନେତୃବର୍ଗ ଏକାଠି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି । ରବିବାର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଡ଼ମ୍ବା-ନରସିଂପୁର ଉଭୟ ବ୍ଲକର ପୁରୁଖା ବିଜେପି ନେତୃବର୍ଗ ବଡ଼ମ୍ବାରେ ଏକାଠି ହୋଇଥିବା ଜଣାଯାଇଛି । ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ସରୋଜକୁମାର ରଣାଙ୍କ ଅଧ୍ୟକ୍ଷତାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ଜିଲାପରିଷଦ ତଥା ବିଜେପି ନେତା ସୂର୍ଯ୍ୟକିଶୋର ମହାନ୍ତିଙ୍କ ସମେତ ଅନ୍ୟତମ ପୂର୍ବତନ ଜିଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ମିଶ୍ର,ସଂଗଠକ ତ୍ରିପୁରା ଦେହୁରୀ,ଦିଲ୍ଲିପ କୁମାର ପଣ୍ଡାଙ୍କ ସମେତ ସେମାନଙ୍କ ଶତାଧିକ ସମର୍ଥକ ଯୋଗଦେଇଥିଲେ । ବିଶେଷକରି ଦଳକୁ ତୃଣମୂଳସ୍ତରରୁ ଅଧିକ ଏକଜୁଟ କରିବା ଏବଂ ବିଜେପି ଆଦର୍ଶରେ ଅନୁପ୍ରାଣୀତ ସମସ୍ତବର୍ଗର ଜନସାଧାରଣଙ୍କୁ ଏଥିରେ ସାମିଲ କରିବା ଲକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ପୂର୍ବତନ ଜିଲାପରିଷଦ ସଭ୍ୟ ଶ୍ରୀ ମିଶ୍ର ଏବଂ ସଂଗଠକ ଶ୍ରୀ ଦେହୁରୀ ଗଣମାଧ୍ୟମକୁ କହିଛନ୍ତି । ଆଗାମୀ ଦିନରେ ପଞ୍ଚାୟତସ୍ତରରେ ବୈଠକକୁ ଅଧିକ ତ୍ୱରାନିତ କରାଯିବ ଏବଂ ଅନୁଭୂତି ସମ୍ପନ୍ନ ସମସ୍ତ ପୁରୁଖା ବିଜେପି କର୍ମୀଙ୍କୁ ଏଥିରେ ସାମିଲ କରାଯିବାନେଇ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ପ୍ରକାଶ । ସେହିଭଳି ରାଜ୍ୟର ବିଜେଡି ନେତୃତ୍ବ ସରକାରର ବିଭିନ୍ନ ଦୁର୍ନୀତି ଏବଂ ଅରାଜକତାକୁ ନେଇ ଦଳ ତରଫରୁ ବ୍ଲକ ଘେରାଓ ସମେତ ଅନ୍ୟାନ୍ୟ ଜନ ଆନ୍ଦୋଳନକୁ ଅଧିକରୁ ଅଧିକ କରାଯିବ ବୋଲି ବୈଠକରେ ସ୍ଥିର  ହୋଇଥିବା ପ୍ରକାଶ ।

ଅପରପକ୍ଷରେ ଆଗାମୀ ବିଧାନସଭା ନିର୍ବାଚନରେ ବେଜପି ପକ୍ଷରୁ ଦଳୀୟ ପ୍ରାର୍ଥୀ କିଏ ହେବ ସେନେଇ ମଧ୍ୟ ଛକପଞ୍ଝା ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି । ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ଏହି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁରରେ ଦଳର ଅନ୍ୟଏକ ଗୋଷ୍ଠୀ ରବିବାର ସମାନ୍ତରାଳ ବୈଠକ କରିଥିବା ଜଣାଯାଇଛି । ଜିଲା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସେଠାରେ ମଧ୍ୟ ଶତାଧିକ ଦଳୀୟ ସମର୍ଥକ ଯୋଗଦେଇଥିବା ଜଣାଯାଇଛି । ଘଟଣାକୁ ଦୃଷ୍ଟି ଦେଲେ ଦଳରେ ଫାଟ ସୃଷ୍ଟି ହେଉଛି କି ଆଗାମୀ ଦିନରେ ଯୋଡ଼ି ହୋଇ ଅଧିକ ସଶକ୍ତ ହେବେ ସେନେଇ ଆଶଂକା ସୃଷ୍ଟି ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories