www.samajalive.in
Sunday, December 14, 2025
15.1 C
Bhubaneswar

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ମହିଳା ସମାବେଶ

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ମହିଳା ଦିବସ ପାଳନ ଅବସରରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶଙ୍କ ତତ୍ବାବଧାନରେ ଏବଂ ଯୁବ ନେତା ଏ.ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ, ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗ ଦେଇଥିଲେ। ଏହି ସମାବେଶରେ ହଜାର ହଜାର ମହିଳା ଯୋଗ ଦେଇଥିଲେ। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଥିବା ସହ ପ୍ରଥମ କରି ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସ୍ଵତନ୍ତ୍ର ଭାବେ ମହିଳା ସଶକ୍ତି ବିଭାଗ ହୋଇପାରିଥିବା ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଦ୍ଵାରା କରାଯାଇଥିବା ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଶ୍ରୀ ଦାଶ ତେଲୁଗୁ ଭାଷାରେ କହିବା କାର୍ୟ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିବା ମହିଳା ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ତତ୍ ସହିତ ମହିଳା ମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମହିଳା ମାନଙ୍କ ବିକାଶ ସହ ସର୍ବଦା ସୁଖ ଦୁଃଖର ସାଥି ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସିନେତାରକା ତଥା ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ସଶକ୍ତିକରଣ ପାଇଁ କରିଥିବା ପ୍ରଚେଷ୍ଟା ଏବଂ ବିଭିନ୍ନ କାର୍ୟ୍ୟକ୍ରମ ଯୋଗୁ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି କହିଥିଲେ। ତତ୍ ସହିତ ମହିଳା ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ୧୦୦ଜଣ ମହିଳାକର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ପରିଷଦ ଉପାଧକ୍ଷା ଏସ ରଜେଶ୍ଵରୀ ଦୋରା ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଯୋଗ ଦେଇଥିବା ସହ ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି ଏଚ ଉଷା ରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ଏ ଜାନକୀ ରାମ, ୫୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ୫୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ୧୦ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ପି କମଳା ରେଡ଼ି, କୁକୁଡ଼ାଖଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ମହିଳା ସଭାନେତ୍ରୀ ଏସ ମେନକା ରେଡ୍ଡୀ, ରଙ୍ଗେଇଲୁଣ୍ଡା ବ୍ଲକ ଯୁବ ସଭାପତି ବିନୋଦ କୁମାର ମହାଙ୍କୁଡ଼, ବ୍ଲକ ବିଜେଡି ଉପସଭାପତି ସିଏଚ ଡିଲେଶ୍ୱର ରେଡ଼ି, ସାଧାରଣ ସମ୍ପାଦକ ପ୍ରତାପ କୋଠିଆ, ଜିଲ୍ଲା ଛାତ୍ର ସଭାପତି ପ୍ରସାନ୍ତ କୁମାର ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ସ୍ୱର୍ଣ୍ଣଲତା ସାବତ, ସମାଜସେବୀ ରାମହରିପାତ୍ର, ବିଷ୍ଣୁପ୍ରିୟା ନାୟକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories