www.samajalive.in
Sunday, December 14, 2025
14.1 C
Bhubaneswar

କଣ୍ଟାବାଞ୍ଜିରେ ଆର୍ନ୍ତଜାତୀୟ ମହିଳା ଦିବସ

କଂଟାବାଂଜି: ଆନ୍ତର୍ଜାତିକ ମହିଳା ଦିବସ ଅବସରେ, କଂଟାବାଂଜି ସିଭିଲ କୋର୍ଟ ପରିସରରେ ଶୁକ୍ରବାର ଦିନ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କଂଟାବାଂଜି ତାଲୁକ ଆଇନ ପ୍ରାଧିକରଣ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ମହିଳା ଦିବସ ପାଳନ ଅବସରରେ ସହରର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତିର ମହିଳାମାନେ ଉପସ୍ଥିତ ହୋଇଥିଲେ। ଆର୍ନ୍ତଜାତୀୟ ମହିଳା ଦିବସ ପାଳନ ଅବସରରେ ଭାରତୀୟ ସମ୍ବିଧାନରେ ମହିଳାମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଦିଗ ଉପରେ ସଚେତନ କରାଯାଇଥିଲା । ଏହି ସଚେତନତା ସଭାରେ କଂଟାବାଂଜି ତାଲୁକ ଆଇନ ପ୍ରାଧିକରଣର ଅଧ୍ୟକ୍ଷ ତଥା ସବ୍‌ ଜଜ୍‌ ପରିତୋଷ ସେଠି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶାସ୍ୱତୀ ମହାପାତ୍ର ମହିଳାମାନଙ୍କୁ ଦିଆଯାଉଥିବା ଆଇନ ଉପରେ ଆଲୋକପାତ କରିଥିଲେ। ସଚେତନତା ସଭାରେ ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା, ବିଷ୍ଣୁପ୍ରସାଦ ଶର୍ମା, ଅଶୋକ କୁମାର ଦାସ, ସତ୍ୟନାରାୟଣ ରାଏ ମହିଳାମାନଙ୍କ ଯୌତୁକଜନିତ ନିର୍ୟ୍ୟାତନା, ଭରଣ ପୋଷଣ ଆଇନ, ପାରିବାରିକ କଳହ, ସ୍ୱାମୀ ସ୍ତ୍ରୀ ବିଭେଦ ଆଇନ ସହ ମହିଳାମାନଙ୍କ ହକ୍‌ ଅଧିକାର ଉପରେ ସୂଚନା ଦେଇଥିଲେ। ସେହିପରି ପାରା ଲିଗାଲ ସ୍ବେଛାସେବୀ ସଂଜୟ କୁମାର ମିଶ୍ର, କାହ୍ନୁ ଚରଣ ମିଶ୍ର ମଧ୍ୟ ମହିଳାମାନଙ୍କ ଆଇନ ଅଧିକାର ଉପରେ କହିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories