www.samajalive.in
Sunday, December 14, 2025
23.1 C
Bhubaneswar

ଶିକ୍ଷକ ସଂଘର ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରେଙ୍ଗାଲି: ରେଙ୍ଗାଲି ବ୍ଲକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ) ପକ୍ଷରୁ ୩ଦଫା ଦାବିପତ୍ର ପୂରଣ ପାଇଁ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜିତ ହୋଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ପୁରୁଣା ପେନସନ ଲାଗୁ କରାଯିବା, କେନ୍ଦ୍ରିୟ ହାରରେ ଦରମା ଏବଂ ୬ଟି ଜାତୀୟ ଇନକ୍ରିମେଣ୍ଟ ସହ ମୂଳ ସହ ଗଣନା କରାଯିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏସଂକ୍ରାନ୍ତରେ ଦାବିପତ୍ର ଦିଆଯାଇଛି। ସଂଘ ସଭାପତି ଲିଙ୍ଗରାଜ ଦୀପ, ସମ୍ପାଦକ ଗୁଣମଣି ସାହୁଙ୍କ ନେତୃତ୍ବ ରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଦୁଃଖିଶ୍ୟାମ ସୁନାନୀ, ହିମାଂଶୁ ସାହୁ, ମନୋଜ ପୂଜାରୀ, ପ୍ରଶାନ୍ତ ମାହାଣା, ଚିନ୍ମୟୀ ପଟେଲ, ସଞ୍ଜିବ ନାଏକ ଧିରେନ ବୁଡା, ତାମସୀ ମିଶ୍ର, ଝସକେତନ ସାହୁ, ପର୍ଶୁରାମ ନାଥ, ବିଜୟ ଭୋଇ, ଗୁରୁଚରଣ ଭୋଇ, ମିନତୀ ଚୌଧୁରୀ, ସୁଧାଂଶୁ ମାଝି, ଗଣେଶ ପଧାନ ପ୍ରମୁଖ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories