ଲଡୁଗାଁ: ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଏକ ଅପରାଧ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଦ ଇଣ୍ଟରନାସନାଲ ଆସୋସିଏସନ ଫର ସୁଇସାଇଡ ପ୍ରିଭେନସନ’ (ଆଇଏଏସପି) ନାମକ ସଂଗଠନ ଏବଂ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏମଏଚ ମିଳିତ ଆନୁକୂଲ୍ୟରେ ୨୦୦୩ ମସିହାରୁ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସର ଆରମ୍ଭ କରାଯାଇଛି। କିନ୍ତୁ ଗାଁ ଗାଁରେ ସଚେତନତା ବାର୍ତ୍ତା ପହଞ୍ଚି ପାରୁନି। ଫଳରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମରେ। ଗ୍ରାମ ନିକଟରେ ଥିବା ଗିରି ଗୋବର୍ଦ୍ଧନ ପାହାଡ଼ ନୂଆବନ୍ଧ ପାଖ ଏକ ନିମ୍ବ ଗଛରେ ବେକରେ ଗାମୁଛା ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମୃତ ଯୁବକ ଜଣକ କାଉଡୋଳା ଗ୍ରାମର ଚରଣ ମାଝୀଙ୍କ ପୁଅ ଗୋବର୍ଦ୍ଧନ ମାଝୀ (୨୬)। ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ତେବେ ଆମପାଣି ଥାନା କେଶ୍ ନମ୍ବର ୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆମପାଣି ଥାନା ଏସ୍ ଆଇ ରାଜେଶ ପରିଡ଼ା କହିଛନ୍ତି।
Popular Categories



