www.samajalive.in
Saturday, December 13, 2025
21.1 C
Bhubaneswar

ଗୋପାଳପୁର କଲେଜରେ ବିଜୁ କନ୍ୟା ରତ୍ନ ସଚେତନତା କାର୍ୟ୍ୟକ୍ରମ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଗୋପାଳପୁର କଲେଜରେ ବିଜୁ କନ୍ୟା ରତ୍ନ ସଚେତନତା କାର୍ୟ୍ୟକ୍ରମ ଅଧ୍ୟକ୍ଷ ଡ଼. ରାମ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ କାର୍ୟ୍ୟକ୍ରମ ସଂଯୋଜକ ଦେବବ୍ରତ ମାହୁନ୍ତ ଯୋଗ ଦେଇ ବିଜୁ କନ୍ୟା ରତ୍ନ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରି ଛାତ୍ରୀ ମାନଙ୍କୁ ଏହାର ଲକ୍ଷ୍ୟ, ଉଦେଶ୍ୟ, କାର୍ୟ୍ୟକାରିତା ଓ ଏହାର ସଫଳତା ଉପରେ ଉଲ୍ଲେଖ କରିଥିଲେ। ୨୦୧୬ ମସିହାରୁ ଏହି ଯୋଜନା ଆରମ୍ଭ ହୋଇ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟକାରୀ ହେବା ଫଳରେ ଶିଶୁ ଲିଙ୍ଗ ଅନୁପାତ ବୃଦ୍ଧି ହୋଇ ପାରିଛି ବୋଲି କହିଛନ୍ତି। ତାହାସହ ‘ମୋ ଗେଲ୍ଲା ଝିଅ‘ ଓ ନିର୍ଭୟା କଢି କାର୍ୟ୍ୟକ୍ରମ ବିଷୟରେ ବୁଝାଇଥିଲେ। ଯାହା ଫଳରେ ସମାଜରେ ଲିଙ୍ଗ ବୈଶମ୍ୟ ଦୂର ହେବା ପାଇଁ ଛାତ୍ର ଛାତ୍ରୀ ମାନେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ସଚେତନତା କରାଇବାପାଇଁ ଅନୁରୋଧ କରିଥିଲେ। ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡା ଜିଲ୍ଲା ପ୍ରଶାସନ ଏହି ଭଳି କାର୍ୟ୍ୟକ୍ରମ କରିଥିବାରୁ ଧନ୍ୟବାଦ ଦେବା ସହ ଛାତ୍ର ଛାତ୍ରୀ ଏହି ଉପରେ ଅଧିକ ସଚେତନ ହୋଇ ବାଲ୍ୟ ବିବାହ ପ୍ରଥା, ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ଉପରେ ସ୍ୱର ଉତ୍ତୋଳନ କରିବାକୁ କହିଥିଲେ। ଏହି ଅବସରରେ ମହିଳା ଦିବସରେ ପୁରସ୍କୃତ ହୋଇଥିବା ଗୋପାଳପୁର କଲେଜର ଛାତ୍ରୀ ପ୍ରିୟଙ୍କା ବାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ପଚାରି ନିଜର ଆଶଙ୍କା ଦୂର କରିଥିଲେ। ଏହି କାର୍ୟ୍ୟକ୍ରମରେ କଲେଜର ପ୍ରଶାସନିକ ଅଧିକାରୀ ଲକ୍ଷ୍ମଣ ପାଳ,ଡ଼. ପୁରୁଷୋତ୍ତମ ସାହୁ,ଡ଼. ରାମ ଚନ୍ଦ୍ର ଜେନା, ଆଶୁତୋଷ ଷଡ଼ଙ୍ଗୀ, ଏସ. ରୁପଲକ୍ଷ୍ମୀ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ବହୁ ଛାତ୍ରୀ ଯୋଗ ଦେଇଥିବା ବେଳେ ଅବିନାଶ ମିଶ୍ର, ଏ. ବ୍ରହ୍ମଚାରି ଦୋରା, ଜି. ଲାଛେୟା, ବଳରାମ ବେହେରା, ସଂଜିତ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories