www.samajalive.in
Sunday, December 14, 2025
18.1 C
Bhubaneswar

ସତୀଶ କୌଶିକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଅଭିନେତା, ନିର୍ମାତା ତଥା ନିର୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ହୃଦଘାତ କାରଣରୁ ୬୬ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ଅକାଳ ବିୟୋଗ ହିନ୍ଦୀ ଚଳଚ୍ଚିତ୍ର ଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଏଥସହ ବିଭିନ୍ନ ବର୍ଗର ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ବଡ଼ ନେତା ଶୋକ ବ୍ୟକ୍ତ କରିଛନ୍ତି। ନେତାମାନେ ଟ୍ବିଟ୍‌ କରି ତାଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସତୀଶ କୌଶିକଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ। ସେ ଜଣେ ସୃଜନଶୀଳ ପ୍ରତିଭା ଥିଲେ, ଯିଏ ନିଜ ଚମତ୍କାର ଅଭିନୟ ଓ ନିର୍ଦ୍ଦେଶନା ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କର କାମ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିବ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା। ଓଁ ଶାନ୍ତି।’’

- Advertisement -

ସେହିପରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ‘‘ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ସତୀଶ କୌଶିକ ଜୀଙ୍କ ଆକସ୍ମିକ ବିୟୋଗରେ ଗଭୀର ଦୁଃଖିତ। ଭାରତୀୟ ସିନେମା, କଳା କୃତି ଏବଂ ଅଭିନୟ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଶୋକସନ୍ତପ୍ତ ପରିବାର ଏବଂ ଅନୁଗାମୀମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଶାନ୍ତି ଶାନ୍ତି।’’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘‘ବିଶିଷ୍ଟ କଳାକାର ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ଦୀର୍ଘ ଦିନର ଚଳଚ୍ଚିତ୍ର କ୍ୟାରିଅରରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ ଯୋଗଦାନ କରିଛନ୍ତି। ବିଶେଷ କରି ‘ମିଷ୍ଟର ଇଣ୍ଡିଆ’ ଚଳଚ୍ଚିତ୍ରରେ ତାଙ୍କ କାମ ପାଇଁ ସେ ସର୍ବଦା ସ୍ମରଣ ହୋଇ ରହିବେ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି।’’

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ୍‌ କରି କହିଛନ୍ତି, ‘‘ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ ଏବଂ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀରାମ ଦିବଂଗତ ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟ ଓ ତାଙ୍କ ପ୍ରଶଂସକମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।’’

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ‘‘ନିଜର ନିଖୁଣ ଅଭିନୟରେ କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଉଥିବା ପ୍ରସିଦ୍ଧ ଅଭିନେତା-ନିର୍ଦେଶକ ସତୀଶ କୌଶିକ ଜୀଙ୍କ ଦେହାନ୍ତ ବିଷୟରେ ଦୁଃଖଦ ଖବର ମିଳିଛି। ଆପଣ ସ୍ମୃତିରେ ସର୍ବଦା ଜୀବିତ ରହିବେ। ଈଶ୍ବର ଦିବଂଗତ ଆତ୍ମାକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ। ଓଁ ଶାନ୍ତି।’’

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories