www.samajalive.in
Saturday, December 13, 2025
15.1 C
Bhubaneswar

ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ ନକରିବାକୁ ଶକ୍ତିମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ଆଗାମୀ ଗ୍ରୀଷ୍ମ ଋତୁରେ ବିଜୁଳିକାଟ ନକରିବା ପାଇଁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂହ ସେ ସମସ୍ତ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମଋତୁରେ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଶକ୍ତି ଉପଲବ୍ଧ କରାଇବା ଲାଗି ଶକ୍ତିମନ୍ତ୍ରୀ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଯୋଗ ଦେଇଥିଲେ। ବୈଠକ ସମୟରେ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ବିଜୁଳି ଚାହିଦା ପୂରଣ ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଶକ୍ତିମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଇଲା ବଣ୍ଟନରେ ଏକ ନିରପେକ୍ଷ ତଥା ପାରଦର୍ଶୀ ପଦ୍ଧତି ଗ୍ରହଣ କରାଯିବା ଲାଗି ଶ୍ରୀ ସିଂହ କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ଏହି ଯୋଜନାର ଅଂଶସ୍ୱରୂପ ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ କୋଇଲା ଭିତ୍ତିକ
ବିଦ୍ୟୁତ କାରଖାନା ଗୁଡ଼ିକର ଆଗୁଆ ମରାମତି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ଗ୍ରୀଷ୍ମଋତୁରେ ଆବଶ୍ୟକ ବିଜୁଳି ଯୋଗାଣ ସହଜ ହେବ। ରେଳବାଇ ବୋର୍ଡର ସଦସ୍ୟମାନେ କୋଇଲା ପରିବହନ ପାଇଁ ଯଥେଷ୍ଟ ସଂଖ୍ୟାରେ ରେକ୍‌ ଯୋଗାଇ ଦେବାକୁ ବୈଠକ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ରେଳବାଇ ୪୧୮ଟି ରେକ୍‌ ଦେବାକୁ ରାଜି ହୋଇଛି । ଏପ୍ରିଲରୁ ମେ’ ମାସ ମଧ୍ୟରେ ଏନ୍‌ଟିପିସି ଏହାର ୫ହଜାର ମେଗାୱାଟ ଗ୍ୟାସ୍‌ଭିତ୍ତିକ ବିଦ୍ୟୁତ କାରଖାନା ଗୁଡ଼ିକୁ ଚଳାଇବାକୁ ନିର୍ଦେଶ ଦିଆଯାଇଛି ।
କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷର ଏକ ଗଣନା ଅନୁସାରେ ଏପ୍ରିଲ ମାସରେ ବିଦ୍ୟୁତ ଚାହିଦା ୨୨୯ ଗିଗାୱାଟ ଛୁଇଁବାର ଅନୁମାନ କରାଯାଉଛି । ମନ୍ତ୍ରଣାଳୟ କହିଛି ଜିଡିପି ଅଭିବୃଦ୍ଧି ହାର ଶତକଡା ୭ଭାଗ ରହୁଥିବାବେଳେ ବିଦ୍ୟୁତ ଚାହିଦା ଶତକଡା ୧୦ ଭାଗ ରହୁଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories