www.samajalive.in
Thursday, December 11, 2025
23.1 C
Bhubaneswar

‘ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ ଦେୟମୁକ୍ତ କରାଯାଉ’

ପିପିଲି: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ସହ ଏକ ସଂଗ୍ରହାଳୟ କରାଯାଇଛି। ବିଳମ୍ବରେ ହେଲେ ମଧ୍ୟ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଗୋପବନ୍ଧୁଙ୍କ ତ୍ୟାଗ ଓ ସମାଜସେବାର ପଟାନ୍ତର ନାହିଁ। ଗୋପବନ୍ଧୁ ଥିଲେ ଯୁଗପୁରୁଷ। ତାଙ୍କ ଜନ୍ମସ୍ଥାନ ଏକ ତୀର୍ଥକ୍ଷେତ୍ର। ତେବେ ସୁଆଣ୍ଡୋଠାରେ ଖଣ୍ଡୋଲାଇଟ୍‌‌ ପଥରରେ ନିର୍ମତ ୬ବଖରା ବିଶିଷ୍ଟ ଏହି ସଂଗ୍ରହାଳୟ ପରିଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଳ୍କ ଧାର୍ଯ୍ୟ କରାଯାଇଛି। ୧୨ବର୍ଷ ପର୍ଯ୍ୟନ୍ତ ଶିଶୁ, ଛାତ୍ରଛାତ୍ରୀ ପ୍ରମାଣପତ୍ର ସହିତ ଏବଂ ଦିବ୍ୟାଙ୍ଗ, ଚିତ୍ରଶିଳ୍ପୀ ଓ ବୁଣାକାରଙ୍କୁ ସଂପୂର୍ଣ୍ଣ ଶୁଳ୍କ ଛାଡ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଇଁ ୧୦ଟଙ୍କା ଶୁଳ୍କ ଲାଗୁ କରାଯାଇଛି। ତେବେ, ସରକାରଙ୍କ ଏହି ନିଷ୍ପତ୍ତିକୁ ଅଗ୍ରଣୀ ନାଗରିକ ସଂଗଠନ ‘ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ଦୃଢ ବିରୋଧ କରାଯାଇଛି। ଏହି ତୀର୍ଥଭୂମି ତଥା ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ସ୍ଥିତ ସଂଗ୍ରହାଳୟ ପରିଦର୍ଶନ କରିବାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସଂପୂର୍ଣ୍ଣ ଶୁଳ୍କ ଛାଡ କରିବାକୁ ‘ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ମୁଖ୍ୟ ସଂଯୋଜକ ସନ୍ତୋଷ କୁମାର ମିଶ୍ର ସରକାରଙ୍କଠାରେ ଦାବି କରିଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories