www.samajalive.in
Sunday, December 14, 2025
19.1 C
Bhubaneswar

ବିଜେଡି କନ୍ଧମାଳ ଜିଲ୍ଲା କମିଟି ଘୋଷିତ

ଫୁଲବାଣୀ: ରାଜ୍ୟ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ବାରା ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁସାରେ ପୁରୁଖା ନେତା ସରୋଜ କର୍ଣ୍ଣ ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଛାତ୍ର ଜୀବନରୁ ଅଣ କଂଗ୍ରେସ ରାଜନୀତି ସହିତ ସଂପୃକ୍ତ ଥିବା ଶ୍ରୀ କର୍ଣ୍ଣ ୨୦୧୩ ମସିହାରେ ପ୍ରଥମ ଥର ପାଇଁ ବିଜେଡି ର ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିଲେ। ସେବେଠାରୁ ସେ କ୍ରମାଗତ ଭାବେ ଏହି ପଦବୀରେ ରହି ଆସିଛନ୍ତି। ଦଳ ପକ୍ଷରୁ ଆଜି ଘୋଷିତ ତାଲିକା ଅନୁସାରେ, କ୍ଳେଶ ପ୍ରଧାନ, ଲାଲନନ୍ଦ ପ୍ରଧାନ,ଭୂଷଣ ପ୍ରଧାନ, କୃଷ୍ନ ମୋହନ ପଣ୍ଡା, ହୃଷିକେଶ ପାଢ଼ୀ ,ବୈନେତ୍ରୀ କହଁର ଓ ଧର୍ମେନ୍ଦ୍ର ପ୍ରଧାନ ଉପସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ୧୭ ଜଣ, ସମ୍ପାଦକ ଭାବେ ୧୯ ଜଣ, ସହ ସମ୍ପାଦକ ଭାବେ ୧୫ ଜଣ ମନୋନୀତ ହୋଇଛନ୍ତି। ସେହିଭଳି ଡିଜିଟାଲ ମିଡିଆ ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ପାଢୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ବ୍ଲକ, ପୌର ପରିଷଦ ପାଇଁ ମଧ୍ୟ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ନୂତନ କର୍ମକର୍ତ୍ତା ମାନେ ଏହି ନିଯୁକ୍ତି ପାଇଁ ମୂଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ୨ ସମେତ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ସମସ୍ତ ତିନଜଣ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories