ସୁଗାରଫ୍ରୀ ଯୋଗୁଁ ହାର୍ଟଆଟାକ୍! କୃତ୍ରିମ ବା ଆର୍ଟିଫିସିଆଲ୍ ସ୍ୱିଟନର୍ ଇରିଥ୍ରୀଟୋଲ୍ ଯୋଗୁଁ ହେଉଛି ହୃଦଘାତ
ନୂଆଦିଲ୍ଲୀ -ସୁଗାର ଫ୍ରୀ ଆର୍ଟିଫିସିଆଲ୍ ସ୍ୱିଟନର୍ ଇରିଥ୍ରୀଟୋଲ୍, ଆସ୍ପାର୍ଟାମେ ଯୋଗୁଁ ହେଉଛି ହୃଦଘାତ ପରି ସମସ୍ୟା । ଏହାକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଉଛି । ଲୋ କ୍ୟାଲୋରୀ ସୁଗାରର ବିକଳ୍ପ ଭାବେ ଏହାକୁ ଅନେକ ବ୍ୟବହାର କରୁଛନ୍ତି । ମଧୁମେହ ସହ ସ୍ୱାସ୍ଥ୍ୟ ପ୍ରତି ସଯାଗ ଥିବା ବ୍ୟକ୍ତିମଧ୍ୟ ଏହାକୁ ବ୍ୟବହାର କରନ୍ତି । ଷ୍ଟେଭିଆ ପରି ଉତ୍ପାଦରେ ଏହାକୁ ବ୍ୟବହାର କରାଯାଏ ।
ମଣିଷ ଶରୀରରେ ଏହା ପ୍ରାକୃତିକ ଭାବେ ମିଳେନାହିଁ । ମାତ୍ର ବିଭିନ୍ନ ଗଛ ତଥା ଫଳରେ ଏହା ମହଜୁଦ୍ ଥାଏ । ଏହାକୁ ସଂଗ୍ରହ କରି ଚିନିର ବିକଳ୍ପଭାବେ ଅନେକ ବ୍ୟବହାର କରନ୍ତି । ବିଭିନ୍ନ କମ୍ପାନୀ ମଧ୍ୟ ଏହାକୁ କୃତ୍ରିମ ଚିନି ଭାବେ ବିକ୍ରି କରିଥାଆନ୍ତି ।
ମାତ୍ର ଏହା ଯୋଗୁଁ ହୃଦଘାତର ଆଶଙ୍କା ବଢୁଛି । କେବଳ ସେତିକି ନୁହେଁ ଅନେକଙ୍କୁ ହୃଦଘାତ ହେଉଛି ।ପ୍ରତିଦିନ ଏହାକୁ ଚା ସହ ଅନ୍ୟ ଖାଦ୍ୟରେ ବ୍ୟବହାର କଲେ ଶରୀରରେ ଅନେକ ସମସ୍ୟା ଦେଖାଦେବା ସହ ହୃଦଘାତ ହେଉଥିବା କଥା ଏକ ଗବେଷଣାରୁ ଜଣା ପଡିଛି ।
Comments are closed.