www.samajalive.in
Sunday, December 7, 2025
16.1 C
Bhubaneswar

ଏହି ୭ଟି ସରଳ ଉପାୟରେ ମିଳିବ ପ୍ରଭୁ ଶିବଙ୍କ କୃପା..

ସୋମବାର ଦିନ ଭଗବାନ ଶିବଶଙ୍କରଙ୍କୁ ସମର୍ପିତ। ଏହି ଦିନ ଭଗବାନ ଭୋଳାନାଥଙ୍କୁ କିଛି ସ୍ୱତନ୍ତ୍ର ଉପାୟରେ ପୂଜା କଲେ ଅନେକ ସମସ୍ୟା ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ଜୀବନରେ ଥିବା ସମସ୍ୟାର ସମାଧାନ ତଥା ବିଶେଷ କୃପା ପାଇଁ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ।

କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିବା ସହ ସଫଳତା ମିଳିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ। ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ। ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।

- Advertisement -

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ କିମ୍ବା ବାରମ୍ବାର ରୋଗଗ୍ରସ୍ତ ହେଉଥିଲେ, ଭଗବାନ ଶଙ୍କରଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ। ଏହି ମନ୍ତ୍ର ଜପ ଦ୍ୱାରା ଅସାଧ୍ୟ ରୋଗ ଓ ଅକାଳ ମୃତ୍ୟୁର ସଙ୍କଟ ମଧ୍ୟ ଦୂର ହୋଇଥାଏ। ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପତ୍ତି, ବୈଭବ ଆଦି ପୂରଣ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ।

ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି, ସୋମବାର ଦିନ ବ୍ରତ ଧାରଣ କରନ୍ତୁ। ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କୁ ବିଧି ସହ ପୂଜା କରନ୍ତୁ। ମା’ଗୌରୀଙ୍କୁ ଓଢଣୀ ଅର୍ପଣ କରନ୍ତୁ। ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ।

ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ, ପତି-ପତ୍ନୀ ସୋମବାର ଦିନ ଏକାସହ ଭଗବାନ ଭୋଳାଶଙ୍କର ସହ ମା’ଗୌରୀଙ୍କର ପୂଜା କରନ୍ତୁ। ମାତା ପାର୍ବତୀଙ୍କୁ ୧୬ ଶୃଙ୍ଗାର ଅର୍ପଣ କରନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ପତିଙ୍କ ଦୀର୍ଘାୟୁ ପାଇଁ ସୋମବାର ଦିନ ବ୍ରତ ନିଶ୍ଚୟ ରଖନ୍ତୁ। ଏହି ଦିନ ପୂଜା କରିବା ସମୟରେ ମାତା ପାର୍ବତୀଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ। ବ୍ରତ କଥା ଶୁଣନ୍ତୁ। ମାତା ପାର୍ବତୀଙ୍କ କୃପାରୁ ସୌଭାଗ୍ୟ ପ୍ରାପ୍ତି ହେବ।

ଜାତକରେ ଚନ୍ଦ୍ର ଦୋଷ ରହିଥିଲେ, ଭଗବାନ ଶିବଶଙ୍କରଙ୍କୁ ବିଧିରେ ପୂଜା କରନ୍ତୁ। ସୋମବାର ବ୍ରତ ରଖନ୍ତୁ। ଏହାଦ୍ୱାରା ଚନ୍ଦ୍ରଙ୍କ ଦୋଷ ଦୂର ହୋଇଥାଏ। ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
କାଳସର୍ପ ଦୋଷ ଥିଲେ, ଭଗବାନ ଶଙ୍କରଙ୍କୁ ପୂଜା କରନ୍ତୁ। ଏହାଦ୍ୱାରା ସମସ୍ତ ପ୍ରକାର ଦୋଷ ଦୂର ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories