www.samajalive.in
Monday, December 15, 2025
27.1 C
Bhubaneswar

ମହିଳା ଟି-୨୦ ବିଶ୍ବକପ୍‌ : ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ୨ୟ ସେମିଫାଇନାଲ

କେପ୍‌ଟାଉନ୍‌ : ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୨ୟ ସେମିଫାଇନାଲରେ ଶୁକବ୍ରାର ପ୍ରଥମ ସଂସ୍କରଣର ଚମ୍ପିଆନ୍ ଇଂଲଣ୍ଡ ଓ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ନିଶ୍ଚିତ ଭାବେ ଫେଭରିଟ୍‌। ଅଷ୍ଟ୍ରେଲିଆ ପରେ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଇଂଲଣ୍ଡ ୨ୟ ସଫଳ ଦଳ। ୨୦୦୯​ରେ‌ ଏହା ଚମ୍ପିଆନ୍ ହେବା ପରେ ୩ ଥର ରନର୍ସଅପ୍ ହୋଇଛି । ଏହାକୁ ମିଶାଇ ଇଂଲଣ୍ଡ ୭ମ ଥର ସେମିଫାଇନାଲ ଖେଳିବ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମୋଟ ୮ଟି ସଂସ୍କରଣରୁ ୩ୟ ଥର ସେମିରେ ପହଞ୍ଚିଛି। ପ୍ରଦର୍ଶନ ଅନୁସାରେ ମଧ୍ୟ ବହୁତ ଆଗରେ ରହିଛି ଇଂଲଣ୍ଡ। ତେଣୁ ନିଶ୍ଚିତ ଭାବେ କହିହେବ ଯେ ଦକ୍ଷିଣ ଆଫ୍ରିକାକୁ ପରାସ୍ତକରି ଫାଇନାଲ ଖେଳିବା ପାଇଁ ଇଂଲଣ୍ଡ ବହୁତ ବଡ଼ ଫେଭରିଟ୍‌। ତା’ର ବୋଲିଂ ଶକ୍ତି ଓ ଘରୋଇ ଦର୍ଶକଙ୍କ ସମର୍ଥନକୁ ପାଥେୟକରି ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ରହିଛି।
ଗ୍ରୁପ୍-୨ରେ ଥିବା ଇଂଲଣ୍ଡ ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଯେପରି ପ୍ରାଧାନ୍ୟ ବିସ୍ତାରକରି ଜିତିଥିଲା ; ତାହା ଦଳକୁ ଦୃଢ଼ ମନୋବଳ ପ୍ରଦାନ କରିଥିଲା। ଇଂଲଣ୍ଡ ୨୦ ଓଭରରେ ୨୧୩ ରନ୍‌ କରିଥିଲା; ଯାହା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍। ଗ୍ରୁପ୍ ଲିଗ୍‌ ମ୍ୟାଚ୍‌ରେ ଭାରତ ଏହାକୁ କଡ଼ା ଟକ୍କର ଦେବ ବୋଲି ଆଶା କରା ଯାଉଥିଲେ ହେଁ ଇଂଲଣ୍ଡ ପେସାଦାର ପ୍ରଦର୍ଶନ କରିଥିଲା। ୨୯ ରନ୍‌ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ଇଂଲଣ୍ଡ ୧୫୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ସେମିଫାଇନାଲ ଯୋଗ୍ୟତା ପାଇଁ ଦକ୍ଷିଣ ଆଫ୍ରିକାକୁ ଶେଷ ମ୍ୟାଚ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କର ବା ମର ମ୍ୟାଚ୍‌ରେ ଦୁର୍ବଳ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତକରି ନେଟ୍‌ ରନ୍‌ରେଟ୍‌ ଆଧାରରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଯୋଗ୍ୟତା ହାସଲ କରିଥିଲା। ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ ୧୦ଟି ଦଳଙ୍କ ମଧ୍ୟରେ ଇଂଲଣ୍ଡ ଆଗରେ ରହିଛି। କ୍ରମାଗତ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିବା ନାଟ୍‌ ସ୍କାଇଭର-ବ୍ରଣ୍ଟ୍‌ ୧୭୬ ରନ୍‌ କରିଛନ୍ତି। ଆମି ଜୋନ୍‌ସ ୯୯, ଡ୍ୟାନି ୱାଟ୍‌ ୮୬, ହିଦର ନାଇଟ୍‌ ୭୮ ଓ ଆଲିସ୍ କାପ୍‌ସି ୭୩ ରନ୍‌ କରିଛନ୍ତି। ସୋଫି ଇକ୍ଲେଷ୍ଟୋନ୍ ୮ଟି ଓ ସାରା ଗ୍ଲେନ୍‌ ୭ଟି ୱିକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକାର ଦୁଇ ଓପ୍‌ନର ଲୌରା ୱଲ୍‌ଭାର୍ଟ ଓ ତାଜ୍‌ମିନ ବ୍ରିଟ୍‌ସ ଶହେରୁ ଅଧିକ ରନ୍‌ କରିଛନ୍ତି। ସୁନ୍ ଲୁସ୍ ୭୦ ରନ୍‌ କରିଛନ୍ତି। ଦକ୍ଷିଣ ଆଫ୍ରିକାର ମାରିଜେନ୍ କାପ୍‌, ଶବ୍‌ନିମ୍‌ ଇସ୍‌ମାଇଲ, ନୋଙ୍କୁଲୁଲୋକୋ ଏମ୍‌ଲାବା ଓ ଆୟୋବୋଙ୍ଗା ଖାଖା ବେଶ୍‌ ଅଭିଜ୍ଞ ଓ ଭଲ ବୋଲିଂ କରୁଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories