www.samajalive.in
Friday, December 12, 2025
16.1 C
Bhubaneswar

ରାଜସ୍ୱ ବିଭାଗ ଆପଣାଇଲା ‘ଡିଜିଲକର’ ବ୍ୟବସ୍ଥା

ଭୁବନେଶ୍ୱର:ରାଜସ୍ୱ ବିଭାଗ ପକ୍ଷରୁ ଶନିବାର ‘ଡିଜିଲକର’ ବ୍ୟବସ୍ଥା ଆପଣାଯାଇଛି। ଏହାଦ୍ୱାରା ପଟ୍ଟା, ଦଲିଲ ଓ ଅନ୍ୟାନ୍ୟ ସରକାରୀ କାଗଜାତକୁ ପୋଟାର୍ଲ ମାଧ୍ୟମରେ ସଂରକ୍ଷିତ ରଖାଯାଇପାରିବ। ସରକାରୀ କାର୍ଯ୍ୟରେ ଆବଶ୍ୟକବେଳେ ଏହାକୁ ଉପଯୋଗ କରାଯାଇପାରିବ। ସାଧାରଣ ଲୋକେ ଆଉ ହାତରେ ପଟ୍ଟା, ପାଉତି କିମ୍ବା ଦଲିଲ ଧରି ଦୌଡ଼ିବାକୁ ପଡ଼ିବ ନାହିଁ। ଏହାବାଦ୍‍ ଘରେ ରଖିବାବେଳେ ଉପୁଜୁଥିବା ଦୈବୀଦୁର୍ବିପାକ ଭୟ କିମ୍ବା ଚୋରି ଓ ଘରପୋଡିର ଭୟ ନାହିଁ। ଶନିବାର ଏନେଇ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର ସବୁ ଜିଲାପାଳଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲରେ ଲୋକେ ଯେଭଳି ଏହି ଡିଜିଲକର ସୁବିଧା ପାଇବେ ସେଥିପ୍ରତି ପଦକ୍ଷେପ ନେବାକୁ ଦର୍ଶାଯାଇଛି। ଯେକୌଣସି ବ୍ୟକ୍ତି ପୋର୍ଟାଲରେ ନିଜ ନାମରେ ଏକ ଡିଜିଲକର ଆକାଉଣ୍ଟ ଖୋଲି ଯଦି କିଛି ଦଲିଲ କରିଥାଏ ତେବେ ସେଠାରୁ ସଂଗ୍ରହ କରି ଡିଜିଲକରରେ ସାଇତି ରଖିପାରିବ।
ଡିଜି ଲକର କ’ଣ ଓ ଏହାର ଉପକାରିତା
ଡିଜି ଲକର ହେଉଛି କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ଏକ ଅଂଶ ବିଶେଷ। ଯାହାଦ୍ୱାରା ସରକାରୀ ତଥ୍ୟ ସୁରକ୍ଷିତ ରଖାଯାଇପାରିବ। ସେଠାରୁ ସଂଗୃହୀତ ତଥ୍ୟକୁ ଦର୍ଶାଇ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ସଂପାଦନ କରିହେବ। ଜଣେ ବ୍ୟକ୍ତି ଡିଜିଲକରରୁ ତଥ୍ୟ ସଂଗୃହୀତ କରିବାପାଇଁ ପ୍ରଥମେ ଏଚ୍‍ଟିଟିପିଏସ୍‍://ଡିଜିଲକର.ଗଭ.ଇନ୍‍ ସ୍ଲାସ୍‍ ଚିପି ପୋର୍ଟାଲରେ ପ୍ରବେଶ କରିବେ। ସେଠାରେ ନିଜର ଆଧାରକାର୍ଡକୁ ସଂଯୋଗ କରିବେ। ଏହାପରେ ତାଙ୍କର ସମସ୍ତ ପ୍ରକାର ସରକାରୀ ଡକ୍ୟୁମେଣ୍ଟ ଦର୍ଶାଇବ। ସେ ଯେଉଁ ଡକ୍ୟୁମେଣ୍ଟକୁ ତାଙ୍କର ନିଜସ୍ୱ ଡିଜିଲକରରେ ସାଇତିବାକୁ ଚାହିଁବେ ସେଠାରୁ କ୍ଲିକ୍‍ କରି ଆଣି ଅପ୍‍ଲୋଡ କରିପାରିବେ। ଏହାକୁ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ବେଳେ ବ୍ୟବହାର କରିହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories