ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ସର୍ବନିମ୍ନ ବୟସ ୬ବର୍ଷ
ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ
ନୂଆଦିଲ୍ଲୀ : ଶିଶୁମାନଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରାଯାଇଛି। ଏପରି ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ନୂଆ କରି ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଅନୁଯାୟୀ ୬ବର୍ଷରୁ କମ୍ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ନାହିଁ। ଶିକ୍ଷା ନୀତି ଅନୁଯାୟୀ ଶିଶୁମାନେ ପ୍ରଥମ ୩ବର୍ଷ ପ୍ରି-ସ୍କୁଲ (ପ୍ରାକ୍ ବିଦ୍ୟାଳୟ ) ଶିକ୍ଷା ଗ୍ରହଣ କରିବେ।
Comments are closed.