www.samajalive.in
Sunday, December 14, 2025
19.1 C
Bhubaneswar

ଟଙ୍କା ଉଠାଣ ଅଭିଯୋଗରେ ଆନ୍ତଃରାଜ୍ୟ ଠକ କୋର୍ଟ ଚାଲାଣ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ଗ୍ରାମରେ ଏକ ଅଚିହ୍ନା ବ୍ୟକ୍ତି ଲୋକଙ୍କୁ ମିଛ କହି ଟଙ୍କା ଲୁଟ କରିଥିବା ଅଭିଯୋଗରେ ଘଣ୍ଟାପଡା ପୋଲିସ ଗିରଫ କରିଛି। ସୂଚନା ପ୍ରକାରେ ଉକ୍ତ ବ୍ୟକ୍ତି ମସିଣାଗୋରା ଗ୍ରାମକୁ ଆସି ଶ୍ରମକାର୍ଡରେ ଟଙ୍କା ମିଳିବ, ଆବାସ ଘର ମିଳିବ ଆଦି କହି ଲୋକଙ୍କୁ ଆଧାର କାର୍ଡ ମାଗିବା ସହ ବାୟୋମେଟ୍ରିକ ଯନ୍ତ୍ରରେ ଟିପଚିହ୍ନ ନେଇ ଲୋକଙ୍କ ଅଜାଣତରେ ଟଙ୍କା ଉଠାଣ କରୁଥିଲା। ଜଣେ ବ୍ୟକ୍ତି ଠାରୁ ୪ହଜାର ଓ ଅନ୍ୟ ଜଣେ ବ୍ୟକ୍ତି ଠାରୁ ୭ହଜାର ଟଙ୍କା ଉଠାଣ କରିଥିଲା। ଏହା ଜାଣି ପାରିବାରୁ ଲୋକେ କାବୁ କରି ନିର୍ଧୁମ ପିଟିବା ସହ ଘଣ୍ଟାପଡା ଥାନାକୁ ଖବର ଦେଇଥିଲେ। ଘଣ୍ଟାପଡା ପୋଲିସ ପହଞ୍ଚି ବ୍ୟକ୍ତିକୁ ଗିରଫ କରିଥିଲା। ଗିରଫ ବ୍ୟକ୍ତି ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ସନ୍ତୋଷୀ ନଗର ଅଞ୍ଚଳର ନୀଳମଣି ସାହୁ(୩୦) ବୋଲି ଜଣାପଡିଛି। ଅଭିଯୁକ୍ତ ନୀଳମଣିକୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ଘଣ୍ଟାପଡା ଥାନାଧିକାରୀ ବିଶ୍ଵାମିତ୍ର ଲୋଇ ସୂଚନା ଦେଇଛନ୍ତି। ଅଭିଯୁକ୍ତ ବ୍ୟକ୍ତି ଏକ ବାଇକ ଯୋଗେ ଆସିଥିବା ବେଳେ ମସିଣାଗୋରା ଗ୍ରାମରେ ରଖାଯାଇଥିବା ଶୁଣିବାକୁ ମିଳୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories