www.samajalive.in
Saturday, December 6, 2025
16.1 C
Bhubaneswar

ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର; ସ୍ବାମୀର ହେଲମେଟ ମାଡରେ ସ୍ତ୍ରୀ ଗୁରୁତର

ବାଲେଶ୍ଵର: ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍ ହେଲେ ଦମ୍ପତ୍ତି। ସ୍ବାମୀର ହେଲମେଟ ମାଡରେ ଗୁରୁତର ହେଲେ ପତ୍ନୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଘଟଣା ଅନୁସାରେ, ଚାନ୍ଦିପୁର ଥାନା ଅନ୍ତର୍ଗତ ମଝି କିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମୀରେଖା ପାଣିଗ୍ରାହୀଙ୍କ ୩ ବର୍ଷ ପୂର୍ବେ ଛାଡ଼ପତ୍ର ଆବେଦନ କରିଥିଲେ। ଉଭୟଙ୍କ ମାମଲା ବର୍ତ୍ତମାନ ପରିବାର ଅଦାଲତରେ ବିଚାରାଧୀନ ଥିବା ବେଳେ ଆଜି କୌଣସି କାରଣ ବଶତଃ ଉଭୟେ କୋର୍ଟ ହତା ଆଗରେ ମାରପିଟ୍ ଲାଗିଥିଲେ। ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଏତେ ଜୋର ହୋଇଥିଲା ଯେ, ରତିକାନ୍ତ ହେଲମେଟରେ ରଶ୍ମୀରେଖାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଫଳରେ ରଶ୍ମିରେଖାଙ୍କ ମୁଣ୍ଡରେ ଏତେ ଶକ୍ତ ଆଘାତ ଲାଗିଥିଲା ଯେ ସେ ଅଚେତ ହୋଇ ଯାଇଥିଲେ । ପରେ ସ୍ଥାନୀୟ ସାମ୍ବାଦିକ ଓ ସାଧାରଣ ଲୋକମାନେ ଉଭୟଙ୍କୁ ଛଡ଼ାଇଥିଲେ ଓ ପରେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ରଶ୍ମୀରେଖାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଭରଣ ପୋଷଣ ଜନିତ ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟଙ୍କର ୨ ଜଣ ସନ୍ତାନ ଅଛନ୍ତି । ନିଜ ଝିଅର ଚରିତ୍ରକୁ ନେଇ ବାପା ଲୋକଙ୍କ ଆଗରେ ମିଥ୍ୟା ଆରୋପ ପ୍ରତିବାଦରେ ମହିଳା ଜଣକ ଯେତେବେଳେ ତାଙ୍କ ସ୍ଵାମୀଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ତାଙ୍କ ସ୍ଵାମୀ ତାଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories