www.samajalive.in
Monday, December 15, 2025
26.1 C
Bhubaneswar

ରୋଷେଇ ଘରେ ନିଶ୍ଚୟ ରଖନ୍ତୁ ଏହି ଜିନିଷ : ଧନବର୍ଷା ସହ ପରିବାରରେ ରହିବ ସୁଖସମୃଦ୍ଧି

ବର୍ତ୍ତମାନ ସମୟରେ ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଆବଶ୍ୟକତା ଅନୁଯାୟୀ ଅଧିକାଂଶ ଲୋକେ ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରିଥାଆନ୍ତି। ମାତ୍ର ଅନେକ ସମୟରେ ଟଙ୍କାର ଅଭାବ ଦେଖାଯିବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ଦେଖାଯାଏ। ପ୍ରତ୍ୟେକ ଇଚ୍ଛା କରିଥାଆନ୍ତି, ମା’ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଉପରେ ରହୁ। ମାତ୍ର ଅନେକ ଥର ଛୋଟ ଛୋଟ ଭୁଲ୍‌‌ କାରଣରୁ ଘରେ ଆର୍ଥିକ ସମସ୍ୟା ସହ କଳହ ହେଉଥିବା ଦେଖାଯାଏ। ତେବେ କିଛି ଏଭଳି ସରଳ ବାସ୍ତୁ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ ମାଟିପାତ୍ର ରଖିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିବା ସହ ଅନେକ ସମସ୍ୟା ଦୂର ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ରୋଷେଇ ଘରେ ମାଠିଆ, ସୁରେଇ କିମ୍ବା କଳସ ନିଶ୍ଚୟ ରଖିବା ଉଚିତ୍‌‌। ମାନ୍ୟତାନୁଯାୟୀ, ପାଣି ଭର୍ତ୍ତି ମାଠିଆ ରଖିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଘରେ କଳହ ହୋଇନଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲ ପାଇବା, ସ୍ନେହଶ୍ରଦ୍ଧା ରହିଥାଏ।
ପାଣି ମାଠିଆକୁ ସର୍ବଦା ଭର୍ତ୍ତି କରି ରଖନ୍ତୁ। ମାଠିଆ ଖାଲି ହେବାକୁ ଆଦୌ ଦିଅନ୍ତୁ ନାହିଁ। ମାଠିଆରେ ପାଣି ଭର୍ତ୍ତି କରି ରଖିବା ଦ୍ୱାରା ଘରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସୁସମ୍ପର୍କ ରହିଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories