ଟିଟିଲାଗଡ଼ରେ ଜାତୀୟ କୋସଲି ଭାଷା ସମ୍ମେଳନ
ଟିଟିଲାଗଡ଼: ଟିଟିଲାଗଡ଼ଠାରେ ମଙ୍ଗଳବାରଠାରୁ ଦ୍ବିଦିବସୀୟ ଜାତୀୟ କୋସଲି ଭାଷା ସମ୍ମେଳନ ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ ଘଣ୍ଟାଶୁନି ମନ୍ଦିର ପରିସରରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି।
ଆୟୋଜକ ଅନୁଷ୍ଠାନ କୋସଲି ଭାସା ସୁରକ୍ଷା ସମିତି ଏବଂ କୋସଲି ସାଂସ୍କୃତିକ ମହଜୋଟ, ଟିଟିଲାଗଡ଼ ପକ୍ଷରୁ ସେବକ ଚରଣ ଦାଶ, ଘିନୁ ଆଡ଼ଜୁଆଡ଼, ଭିକାରି ମିଶ୍ର, ସତ୍ୟବ୍ରତ ପଣ୍ଡା, ରାଧେଶ୍ୟାମ ଭୋଇ, ସୁଶାନ୍ତ ବାଗ ପ୍ରମୁଖ ବହୁ କୋସଲି ବିଦ୍ୱାନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଡିଏନ ରିସର୍ଟ ପରିସରରେ ଆୟୋଜିତ ହେଉଥିବା ସମ୍ମେଳନରେ ପଦ୍ମଶ୍ରୀ ଡ଼ ଶ୍ରୀନିବାସ ଉଦଗାତା, ପଦ୍ମଶ୍ରୀ ନରସିଂହ ଗୁରୁ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଗୁରୁ ଘାସିରାମ ମିଶ୍ର, ଡ଼. ଦୋଳଗୋବିନ୍ଦ ବିଶି (କୋସଲି ), ଡ଼. ଗୋବର୍ଦ୍ଧନ ସାହୁ, ସେନଥିନ ନାଥନ (ତାମିଲ ), ନନ୍ଦଲାଲ ସିଂ (ମୁଣ୍ଡାରୀ), କୌଶିକ ମେହେର (ବଙ୍ଗଲା ), ଡ଼. ତିଲ କୁମାର(କୋସଲି ) ପ୍ରମୁଖ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଦ୍ୱାନ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସମେତ ଅଞ୍ଚଳର ତୁଙ୍ଗ ନେତୃବୃନ୍ଦ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
Comments are closed.