www.samajalive.in
Sunday, December 14, 2025
16.1 C
Bhubaneswar

ଖାଇ ସାରିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ

ସୁସ୍ଥ ରହିବା ପାଇଁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ହୋଇଥାଏ। ହେଲେ ଆମେ ଏବିଷୟରେ ଅଜଣା ଥାଆନ୍ତି ଯେ ଖାଇ ସାରିବା ପରେ ମଧ୍ୟ କିଛି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ଖାଇ ସାରିବା ପରେ କେଉଁ ସବୁ କାର୍ଯ୍ୟ କରିବା ଆଦୌ ଉଚିତ୍‍ ନୁହେଁ –

୧.ଧୂମପାନ: ବୈଜ୍ଞାନିକଙ୍କ ମତରେ ଖାଇବା ପରେ ସିଗାରେଟ୍ ଟାଣିବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏହା ପୂରା ଶରୀରକୁ କ୍ଷତି ପହଞ୍ଚାଏ।
ଏକାଥରକେ ୧୦ଟି ସିଗାରେଟ୍ ପିଇଲେ ଯେତିକି କ୍ଷତି ହୁଏ, ଏକ ମିଲ୍ ଖାଇ ସାରିବା ପରେ ଗୋଟିଏ ସିଗାରେଟ୍ ଟାଣିଲେ ସେତିକି କ୍ଷତି ହୋଇଥାଏ। ଖାଇବା ପରେ ସିଗାରେଟ୍ ଟାଣିଲେ ପାକସ୍ଥଳୀ ଓ ଫୁସ୍ଫୁସ୍ କ୍ୟାନ୍ସର୍ ହେବାର ଆଶଙ୍କା ବଢ଼ିଯାଏ।
୨.ଚା’ ଏବଂ କଫି: ଯଦି ଆପଣ ଖାଇବା ପରେ ବିଶେଷ କରି ରାତ୍ରିଭୋଜନ ପରେ ଚା’ ପିଉଛନ୍ତି, ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ।
ଚା’ ଓ କଫିରେ ଟେନିନ୍ ନାମକ ଏକ କେମିକାଲ୍ ରହିଛି, ଯାହା ଶରୀରକୁ ଲୌହ ଅଂଶ ଅବଶୋଷଣ କରିବାକୁ ଦେଇ ନଥାଏ ବା ଏଥିରେ ବାଧା ଦେଇଥାଏ।
୩.ଫଳ: ଫଳ ଶରୀର ପାଇଁ ଭଲ ବୋଲି କୁହାଯାଇଥାଏ, ମାତ୍ର ମଧ୍ୟାହ୍ନ ଅବା ରାତ୍ରି ଭୋଜନ ପରେ ଏହାକୁ ଖାଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଗରିଷ୍ଠ ଖାଦ୍ୟ ଖାଇବା ପରେ ଯଦି ଆପଣ ଫଳ ଖାଉଛନ୍ତି, ତେବେ ଏହା ଅନ୍ୟ ଖାଦ୍ୟ ପଦାର୍ଥ ସହିତ ମିଶି ପେଟରେ ରହିଥାଏ। ପାକସ୍ଥଳୀରେ ଏହା ଅଧିକ ସମୟ ରହିବା ସହିତ ଅମ୍ଳ ଅଂଶ ସୃଷ୍ଟି କରି ପଚିବା ଆରମ୍ଭ କରିଥାଏ।
ଶରୀରରେ ଅମ୍ଳ ଅଂଶ ରହିଲେ, ଖାଦ୍ୟ ଠିକ୍ ଭାବେ ହଜମ ହୁଏ ନାହିଁ ଓ ଗ୍ୟାସ୍ ଏବଂ ଛାତି ଜଳାପୋଡ଼ା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
୪.ଶୋଇବା: ଅନେକ ସମୟରେ ଆପଣ ଶୁଣିଥିବେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଭଲ ନୁହେଁ। ଏହା ଠିକ୍ କଥା। ବିଶେଷଜ୍ଞଙ୍କ ମତରେ ଖାଇ ସାରି ସଙ୍ଗେସଙ୍ଗେ ଶୋଇଲେ ଶରୀରରେ ହଜମ ପ୍ରକ୍ରିୟା ପ୍ରଭାବିତ ହେବା ସହିତ ଓଜନ ବଢ଼ିବା ଏବଂ ହୃଦ୍ଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ।

- Advertisement -

୫.ଗାଧୋଇବା: ଖାଇବା ପରେ ଗାଧୋଇବାକୁ ମନା କରାଯାଏ। କାରଣ ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories