www.samajalive.in
Monday, December 8, 2025
27.1 C
Bhubaneswar

‘ମୋଦୀ ଶିବଲିଙ୍ଗରେ ବସିଥିବା ବିଛା ଭଳି, ତାଙ୍କୁ ହାତରେ ବାହାର କରିହେବନି କି ଚପଲରେ ପିଟି ହେବନି’

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ ସାଂସଦ ଶଶି ଥରୁର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଥରୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବଲିଙ୍ଗରେ ବସିଥିବା ବିଛା ଭଳି। ତେଣୁ ତାଙ୍କୁ ଆପଣ ହାତରେ ବାହାର କରିପାରିବେନି କି ଚପଲରେ ପିଟି ପାରିବେନି।
ପ୍ରକାଶଯୋଗ୍ୟ ଯେ ଶଶି ଥରୁର ‘ଦ ପାରାଡକ୍ସିକାଲ ପ୍ରାଇମିନିଷ୍ଟର’ ନାମକ ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକ ଏବେ ଚର୍ଚ୍ଚାରେ ରହିଛି। ଏହି ପୁସ୍ତକ ବିଷୟରେ ଆଲୋଚନା ବେଳେ ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଅରଏସ୍‍ଏସ୍‍)ର ଜଣେ ନେତା (ନାମ ଗୋପନ ରଖି) ମୋଦୀଙ୍କ ଉପରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଓ ତାହା ସେ ଜଣେ ସାମ୍ବାଦିକଙ୍କ ସୂତ୍ରରୁ ଜାଣିବାକୁ ପାଇଛନ୍ତି। ସେହି ସାମ୍ବାଦିକ ଜଣଙ୍କ ତାଙ୍କ ପୁସ୍ତକ ପାଇଁ ତଥ୍ୟ ଦେଇଛନ୍ତି।
ଶିଶି ଥରୁରଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଶଶି ଥରୁରଙ୍କ ଏହି ମନ୍ତବ୍ୟ ପାଇଁ ନିଜକୁ ଶିବଭକ୍ତ କହୁଥିବା ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ୍‍। ଗୋଟିଏ ପଟେ ରାହୁଲ ଗାନ୍ଧୀ ନିଜକୁ ଶିବ ଭକ୍ତ ବୋଲି ଦାବି କରୁଛନ୍ତି ଓ ଅନ୍ୟ ପଟେ ତାଙ୍କ ଛୋଟ ନେତା ଚପଲରେ ପିଟିବା କଥା ଉଲ୍ଳେଖ କରି ଶିବଲିଙ୍ଗର ପବିତ୍ରତା ଏବଂ ଭଗବାନ ମହାଦେବଙ୍କ ଅପମାନ କରୁଛନ୍ତି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories