www.samajalive.in
Sunday, December 14, 2025
26.1 C
Bhubaneswar

ଜାଗର ଜାଳିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡ଼ିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମହାଶିବରାତ୍ରି ଜାଗର ଜାଳିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଶ୍ରଦ୍ଧାଳୁମାନେ ପୀଠରେ ଉପସ୍ଥିତ ରହି ମନସ୍କାମନା ପୂରଣ ପାଇଁ ଜାଗର ଜାଳୁଛନ୍ତି। ରାତ୍ରିର ତୃତୀୟ ପ୍ରହରରେ ପ୍ରଭୂଙ୍କ ମହାଦୀପ ଉଠିଥିଲା। ପ୍ରଭୂଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ବେଢ଼ା ପରିକ୍ରମା କରାଯାଇ ପ୍ରଭୂଙ୍କୁ ମାଣ୍ଡୁଅଭୋଗ ଅର୍ପଣ କରାଯାଇଥିଲା। ମହାଦୀପ ଉଠିବା ସମୟରେ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ପୀଠ ଆଧ୍ୟାତ୍ମିକ ଭାବଧାରାରେ ଉଛୁଳି ପଡୁଥିଲା। ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ମାଣ୍ଡୁଅଭୋଗ ଅର୍ପଣ କରାଯାଇଥିଲା। ଆଜି ଭୋର ୪ଟାରୁ ପ୍ରଭୂଙ୍କ ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ସ୍ନାନ,ଧୂପ,ବାଳଭୋଗ ଅର୍ପଣ କରାଯାଇଥିଲା। ପ୍ରଭୂଙ୍କ ଦୂର୍ଲ୍ଲଭ ହରିହର ଭେଟ ବେଶ କରାଯାଇଥିଲା। ଏହାପରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପୂର୍ବାହ୍ନ ୮ଟାରେ ସିଙ୍କୁଡିଭୋଗ ଅର୍ପଣ କରାଯାଇଥିଲା। ନୀତିପାଳିଆ ଚନ୍ଦ୍ରକାନ୍ତ ପଣ୍ଡା ସମସ୍ତ ନୀତି ସଂପନ୍ନ କରିଥିବା ବେଳେ ସନ୍ଧ୍ୟାରେ ଧୂପ ଓ ମଙ୍ଗଳଆଳତୀ କରାଯାଇଥିଲା। ୪ ଧୂପ ଓ ୫ ଅବକାଶ ପରେ ରାତ୍ରିର ୩ୟ ପ୍ରହରରେ ପ୍ରଭୂଙ୍କ ମହାଦୀପ ଉଠିଥିଲା। ଆଜି ଦିନ ତମାମ ଶ୍ରଦ୍ଧାଳୁମାନେ ମହାନଦୀରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ପ୍ରଭୂଙ୍କୁ ଦର୍ଶନ ପାଇଁ ଆସିଥିଲେ। ଅପରାହ୍ନ ୫ଟାରେ ଶ୍ରଦ୍ଦାଳୁମାନେ ପୀଠକୁ ଆସି ଜାଗର ଜାଳିଥିଲେ। ଅସ୍ଥାୟୀ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରଶାସନର ଅନୁରୋଧକ୍ରମେ ଭଲଭୋର ଓଡ଼ିଶା ଅଧିକୃତ ବିକ୍ରେତା ଦିଲିପ ତ୍ରିପାଠୀ ଉଚ୍ଚଶକ୍ତି ସଂପନ୍ନ ୱାକରସ୍‌‌ ଲାଇଟ ବ୍ୟବସ୍ଥା କରିଥିବା ବେଳେ ଖୁଣ୍ଟୁଣୀ ଟ୍ରକ ମାଲିକ ମହାସଂଘ ପକ୍ଷରୁ ଆଗନ୍ତୁକ ଶ୍ରଦ୍ଧାଳୁମାନଙ୍କୁ ପାନୀୟଜଳ ବୋତଲ ପ୍ରଦାନ କରାଯାଇଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପୀଠରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ସହିତ ଶ୍ରଦ୍ଧାଳୁ ଦର୍ଶନ ସାରି ସୁରୁଖୁରୁରେ ଫେରିଯିବା ପର୍ଯ୍ୟନ୍ତ ସଜାଗ ରହିଥିଲେ। ମାଜିଷ୍ଟ୍ରଟ ତଥା ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସ ମୁଖ୍ୟକାର୍ଯ୍ୟାଳୟର ଉପଆରକ୍ଷୀ ଅଧିକ୍ଷକ ରଣଜିତ୍‌‌ ପୃଷ୍ଟି, ଡିଏସପି ନିରଞ୍ଜନ ଶବର, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, ସାଲେପୁର ଏସଡିପିଓ ବିମଲ କୁମାର ବାରିକ ଙ୍କ ସହିତ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଗୋବିନ୍ଦପୁର ଥାନା ଅଧିକାରୀ ରବିନାରାୟଣ ବେହେରା, ଓଲଟପୁର ଥାନା ଅଧିକାରୀ ବିଜୟା ସାହୁ, ନିଶ୍ଚିତକୋଇଲି ଥାନା ଅଧିକାରୀ ଚିନ୍ମୟୀ ସାହୁ ଙ୍କ ସହିତ ୪ପ୍ଲାଟୁନ ଫୋର୍ସ ,୭୪ ଗୃହରକ୍ଷୀ, ଓଡ୍ରାପ୍ଟ, ଅଗ୍ନିସମ ସେବା ବାହୀନି ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ପୂଜକ ସମିତିର ସଭାପତି ବିଷ୍ଣୁଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା, ଅଜୟ କୁମାର ପତ୍ରୀ, ରାମଚନ୍ଦ୍ର ପତ୍ରୀ, ଭୂବନବିହାରୀ ପଣ୍ଡା, ଟିକମ ପତ୍ରୀ, ଭରତ ଚନ୍ଦ୍ର ପତ୍ରୀ, ଆରତ ଚନ୍ଦ୍ର ପତ୍ରୀ, କେଦାରଚନ୍ଦ୍ର ପତ୍ରୀ, ପ୍ରଫୁଲ ଚନ୍ଦ୍ର ପତ୍ରୀ ପ୍ରମୁଖ ପୂଜକ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ସହଯୋଗ କରିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories