www.samajalive.in
Sunday, December 14, 2025
23.1 C
Bhubaneswar

ଫେବୃଆରୀ ୨୦ରେ ୯ମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ, ସରେନ ଲୟେନଙ୍କୁ ଆମଗୌରବ ସମ୍ମାନ -୨୦୨୩

ନୂଆଦିଲ୍ଲୀ: ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ଘୋଷଣା ଦିବସ ଓ ବିଶ୍ବ ମାତୃଭାଷା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ (ଲ୍ୟାଙ୍ଗ ଫେଷ୍ଟ)ର ନବମ ସଂଶକରଣ ଚଳିତ ମାସ ୨୦ ତାରିଖରେ ଜବାହାରଲାଲ ନେହେରୁ ବିଶ୍ବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ସମସ୍ତ ଶାସ୍ତ୍ରୀୟ ଭାରତୀୟ ଭାଷା ଓ ଲୋକପ୍ରୀୟ ଭାଷାର ବିଶେଷଜ୍ଞ ମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରି ମାତୃଭାଷା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରାଯାଇ ଏହାର ସମାଧାନର ସୂତ୍ର ନିର୍ଦ୍ଧାରଣ କରିବା ସହିତ ଆଗାମୀ ପିଢିଙ୍କ ପାଇଁ ମାତୃଭାଷାକୁ ବୃତ୍ତିର ଭାଷା କରିବାର ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା ହେଉଥିବା ଦେଶର ଏହା ଏକମାତ୍ର ଭାଷା ସମ୍ମିଳନୀ ପ୍ରତି ବର୍ଷ ମହା ସମାରୋହରେ ପାଳନ କରାଯାଏ। ଚଳିତ ବର୍ଷ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ସ୍ଥିତ ଆଦିକବି ସାରଳା ଦାସ ଓଡିଆ ଚେୟାର ସହଯୋଗରେ ଦି ଇଣ୍ଟେଲେକ୍ଟସ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ସମାରୋହରେ ସଂସ୍କୃତ, ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ, ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା ତଥା ଅନ୍ୟାନ୍ୟ ଭାରତୀୟ ଭାଷାର ପ୍ରତିନିଧି ଯୋଗଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ବୋଲି ସଂଗଠନର ଅଧ୍ୟକ୍ଷ ତଥା ସମ୍ମିଳନୀର ଆବାହକ ଦେବେନ୍ଦ୍ର ନାଥ ରାଉତ ପ୍ରକାଶ କରିଛନ୍ତି।

ଏହି ଅବସରରେ ଅନୁଷ୍ଠାନ ତରଫରୁ ମାତୃଭାଷା ଓଡିଆର ସମୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପି ଅନବରତ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣକୁ ପ୍ରତିବର୍ଷ ଆମଗୌରବ ସମ୍ମାନ ପ୍ରଦାନ କରାଯାଇଥାଏ। ୨୦୨୩ ମସିହା ପାଇଁ ଓଡିଶୀ ଓ ଛଉ ନୃତ୍ୟକୁ ସାରା ବିଶ୍ବରେ ପ୍ରଚାର ଓ ପ୍ରସାର କରିବାରେ ଜୀବନବ୍ୟାପି ଅବଦାନ ପାଇଁ ନୃତ୍ୟଶିଳ୍ପୀ ସରେନ ଲୟେନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି। ୧୯୭୩ ମସିହାରେ ଏକ ସାଂସ୍କୃତିକ ଗବେଷିକା ଭାବରେ ଯୁକ୍ତରାଷ୍ଟ୍ର ଆମେରିକାରୁ ଭାରତକୁ ଆସିଥିବା ସରେନ ଓଡ଼ିଶା ତଥା ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଏହି ମାଟିକୁ ଆପଣେଇ ନେଇ ନିଜ ଜୀବନକୁ ଓଡଶୀ, ଛଉ ଓ ମଣିପୁରୀ ନୃତ୍ୟ ପାଇଁ ଉତ୍ସର୍ଗ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories