ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରପରିସରସ୍ଥ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା

ଗୁରୁଡ଼ିଝାଟିଆ: ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରରେ ଥିବା ଆଧ୍ୟାତ୍ମିକ କେନ୍ଦ୍ରରେ ପଭୂ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି। ଅନ୍ତେବାସୀ ବିଦ୍ୟାର୍ଥୀ, ଗ୍ରାମର ମୁରବୀ, ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହି ଶୁଦ୍ଧପୂତ ଭାବରେ ଜାଗର ବ୍ରତ ପାଳନ କରିଥିଲେ। ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ପ୍ରତିଷ୍ଠାନ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ, ନର୍ସିଂ କଲେଜର ଅଧ୍ୟକ୍ଷ ନିଧିନ ଏଲିୟସ, ଉପାଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ମଧୁସ୍ମିତା ରାଉତ, ଜ୍ୟୋତିର୍ମୟୀ ପାତ୍ର, ଜୟଶ୍ରୀ ବେହେରା,ଗିତାଞ୍ଜଳୀ ନନ୍ଦ ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଉପସ୍ଥିତ ରହି ଜାଗର ଜାଳିଥିଲେ।
Comments are closed.