www.samajalive.in
Sunday, December 14, 2025
23.1 C
Bhubaneswar

ବାଲୁଙ୍କେଶ୍ୱର ପୀଠରେ ଅଷ୍ଟପ୍ରହର ନାମଯଜ୍ଞ

ଆଠଗଡ଼: ମହାଶିବରାତ୍ରି ଅବସରରେ ଆଠଗଡ଼ ବ୍ଲକ ଅନ୍ତର୍ଗତ ବେଣ୍ଟପଦାସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ୪୫ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବାଲୁଙ୍କେଶ୍ୱର ଦେବ ସଂକୀର୍ତ୍ତନ ମଣ୍ଡଳୀ ଓ ଆଞ୍ଚଳିକ ଯୁବ ମହାସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଅଷ୍ଟପ୍ରହର ନାମଯଜ୍ଞ ଅବସରରେ ଶୁକ୍ରବାର କଳସ ଯାତ୍ରା ଓ ଶୁଭାଧିବାସ, ମଙ୍ଗଳାରୋପଣ କରାଯାଇଥିଲା। ଶନିବାର ଜାଗର, ନାମଯଜ୍ଞ, ସଂକୀର୍ତ୍ତନ, ବେଢ଼ା ପରିକ୍ରମା ପରେ ରାତି ପ୍ରାୟ ୧୨.୧୦ମିନିଟ ରେ ମହାଦୀପ ଉଠିଥିଲା ତତ୍‌‌ପରେ ମହାଦେବଙ୍କର ବଡସିଂହାର ବେଶ ଓ କୈବଲ୍ୟ ସେବନ ନୀତି ସଂପନ୍ନ ହୋଇଥିଲା। ରବିବାର ସେଠାରେ ଭକ୍ତିସଂଗୀତ କାର୍ଯ୍ୟକ୍ରମ, ନଗର କୀର୍ତ୍ତନ, ଦହିହାଣ୍ଡି ଭଗ୍ନ ସହିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମାପିତ ହେବ। ଏହି ସମସ୍ତ କାର୍ଯ୍ୟକ୍ରମରେ ବେଣ୍ଟପଦା ଓ ଆଖପାଖ ଗ୍ରାମାଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ବିଭୁକୃପା ଲାଭ କରିଥିଲେ। ଅଷ୍ଟପ୍ରହର ନାମଯଜ୍ଞରେ ତିଗିରିଆର ଚଷାଆଁରା, ଜେମାଦେଇପୁର, ବଡମ୍ବାର କଶିକିଆରୀ, ହିନ୍ଦୋଳର ରାସୋଳ, ହଂସଭୂଇଁ ଆଦି ଅଞ୍ଚଳର ମହିଳା ସଂକୀର୍ତ୍ତନ ମଣ୍ଡଳୀ, ବୈତରଣୀ ରୋଡର ବଢେଇଜଳନ୍ଦା, ତିଗିରିଆର ଗୋକର୍ଣ୍ଣଖାଲ, ଆଠଗଡ଼ର ହରିଡାଗହିର, ପର୍ଶୁରାମପୁର ଏବଂ ବେଣ୍ଟପଦାର କନିଷ୍ଠ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ପୁରୋଧା ପଣ୍ଡିତ ପ୍ରମୋଦ ଚନ୍ଦ୍ର ମିଶ୍ର, ଶିବପ୍ରସାଦ ଶତପଥୀ ଓ ଗଗନ ବିହାରୀ ମହାପାତ୍ର ସମସ୍ତ ପୂଜାନୀତି ଓ ହୋମଯଜ୍ଞ ପରିଚାଳନା କରିଥିଲେ। ବାଲୁଙ୍କେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ବିପିନି ବିହାରୀ ମହାପାତ୍ର, ସଂପାଦକ ବନମାଳୀ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ସଂକୀର୍ତ୍ତନ ଅଧିକାରୀ ପ୍ରମୋଦ ଚନ୍ଦ୍ର ସାହୁ, ସହଅଧିକାରୀ ପ୍ରଦୀପ କୁମାର ସାହୁ, ବରିଷ୍ଠ ସଦସ୍ୟ ନରେନ୍ଦ୍ର ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ବିଷ୍ଣୁପ୍ରସାଦ ସାହୁ, ହରିହର ସାହୁ, ରସାନନ୍ଦ ସାହୁ, ବିଶ୍ୱନାଥ ସାହୁ, ନବକିଶୋର ସାହୁ ଓ ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସମୂହ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories