www.samajalive.in
Saturday, December 13, 2025
26.1 C
Bhubaneswar

ଅନେକ ସମସ୍ୟା ଦୂର କରେ ନଡ଼ିଆ ତେଲ

ନଡ଼ିଆ ତେଲ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଲାଭଦାୟକ ହୋଇଥାଏ। ଏହା ଆମେ ସମସ୍ତେ ଜାଣନ୍ତି ଯେ, କେଶ ପାଇଁ ଏହା ଏକ ବରଦାନ ସଦୃଶ। ହେଲେ ଚର୍ମ ଓ ମୁହଁର ସମସ୍ୟା ଦୂର କରି ତା’ର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାବ୍ୟତୀତ ନଡ଼ିଆ ତେଲର ଆହୁରି ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ସେ ବିଷୟରେ –
୧. ନଡିଆ ତେଲ ଶୁଖିଲା ଚର୍ମକୁ କୋମଳ କରିଥାଏ। ଗାଧୋଇବାର ଦୁଇ ମିନିଟ୍ ପୂର୍ବରୁ ଶରୀରରେ ନଡିଆତେଲ ମାଲିସ୍ କରି ତା’ପରେ ଥଣ୍ଡା ପାଣିରେ ଗାଧାନ୍ତୁ ।
୨. ନଡିଆ ତେଲରେ ଆଣ୍ଟି-ଏଜିଙ୍ଗର ଗୁଣ ଥାଏ। ତେଲର କିଛି ବୁନ୍ଦା ନେଇ ଆଖି ପାଖରେ ମାଲିସ୍‍ କରନ୍ତୁ। ଏହାଦ୍ୱାରା ଆଖିତଳ କଳା ପଡ଼ିବା ଓ ଚର୍ମକୁଞ୍ଚନ ସମସ୍ୟା ଦୂର ହୋଇଥାଏ।
୩. ସୂର୍ଯ୍ୟକିରଣ ଯୋଗୁଁ ଚର୍ମ କଳା ପଡ଼ୁଥିଲେ ନଡ଼ିଆ ତେଲର ବ୍ୟବହାର ଏଥିରୁ ମୁକ୍ତି ଦେଇଥାଏ।
୪. ଝାଳରୁ ହେଉଥିବା ଘିମିରି ସମସ୍ୟା ମଧ୍ୟ ଏହାଦ୍ୱାରା ଦୂର ହୋଇଥାଏ । କୁଣ୍ଡିଆ ସମସ୍ୟା ଥିଲେ ଏହି ତେଲକୁ ବ୍ୟବହାର କରି ଉପସମ ପାଆନ୍ତୁ ।
୫. ଚିନିରେ କିଛି ବୁନ୍ଦା ନଡିଆ ତେଲ ପକାଇ ସ୍କ୍ରବ୍ ଭଳି ବ୍ୟବହାର କରନ୍ତୁ, ଏହାଦ୍ୱାରା ଡେଡ୍ ସ୍କିନ୍ ସମସ୍ୟା ଓ କଳାଦାଗ ଦୂର ହୋଇଥାଏ।
୬. ଚେହେରାରେ ବାରମ୍ବାର ନଡିଆ ତେଲ ମାଲିସ କଲେ କ୍ଷତ ଚିହ୍ନ ମଧ୍ୟ ଦୂରେଇ ଯାଏ।
୭. ମେକଅପ୍ ଉତାରିବା ପାଇଁ ନଡିଆ ତେଲର ବ୍ୟବହାର କରାଯାଇଥାଏ। ତୁଳାକୁ ତେଲରେ ଭିଜାଇ ଚେହେରାକୁ ପୋଛନ୍ତୁ,ମେକଅପ୍ ସହଜରେ ଛାଡ଼ିଯିବ।
୮. ତେଲ ସାହାଯ୍ୟରେ ଆଙ୍ଗୁଠିକୁ ମାଲିସ୍‍ କରନ୍ତୁ ଏଥିରେ ରକ୍ତ ପ୍ରବାହରେ ବ୍ୟାଘାତ ହୁଏନାହିଁ । ନଖ ଆଖପାଖରେ ଚର୍ମ ମଧ୍ୟ ଉପୁଡିବ ନାହିଁ । ଏଥିରେ ନଖରେ ମଧ୍ୟ ଚମକ ଆସିବ ।
୯. ଫଟା ଗୋଇଠି ଏବଂ ପାଦକୁ ସୁନ୍ଦର କରିବା ପାଇଁ ନଡିଆ ତେଲର ବ୍ୟବହାର ସର୍ବୋକୃଷ୍ଟ ହୋଇଥାଏ। ଏଥିପାଇଁ ତେଲରେ ଚିମୁଟାଏ ହଳଦୀ ମଧ୍ୟ ପକାଇ ପାରିବେ ।
୧୦. ଫଟା ଓଠ ପାଇଁ ମଧ୍ୟ ନଡିଆ ତେଲ ଖୁବ୍‍ ଲାଭଦାୟକ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories