www.samajalive.in
Sunday, December 14, 2025
19.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, ଅଭିଯୁକ୍ତ ଫେରାର

ସମ୍ବଲପୁର: ସମ୍ବଲପୁରରେ ପୁଲିସ ପ୍ରତି ଅପରାଧି ଙ୍କ ମନରେ ଭୟ ନ ଥିବାରୁ ନିୟମିତ ଆଇନ ଉଲ୍ଲଂଘନ ଓ ଅପରାଧିକ ଗତିବିଧି ଗୁଡିକ ଘଟି ଚାଲିଥିବା ବେଳେ ପୁଲିସ ବିଭାଗ ନିଷ୍କ୍ରିୟ ହୋଇ ରହିଛି। ସମ୍ବଲପୁରର ଗୋବିନ୍ଦତୋଲାରୁ ପୁଟିବନ୍ଧ ଅଞ୍ଚଳକୁ ହରଡ ଜୋର କଡରେ ଥିବା ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି।

ଧନୁପାଲି ଥାନା ଅର୍ନ୍ତଗତ ତୂରୀପଡ଼ା ନିବାସୀ ଭରତ ପ୍ରଧାନ ଓରଫ ଟପନି (୨୩) ଦିନ ପ୍ରାୟ ୧୧ଟା ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଶତ୍ରୁତା ଥିବା କିଛି ଯୁବକ ଙ୍କ ସହିତ ବଚସା ହୋଇଥିଲା। ଏଥିରେ ୨ ଜଣ ଅଭିଯୁକ୍ତ ଅଚାନକ ତାଙ୍କୁ ଆକ୍ରମଣ କରିବାରୁ ଭରତ ସେଠାରୁ ଦୌଡି ପଳାଉଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ବେକକୁ ଚୋଟ ମାରାଯାଇଥିଲା। ଫଳରେ ଧାରୁଆ ଅସ୍ତ୍ରଟି ତାଙ୍କର ବେକରେ ଲାଗି ରହିଥିବା ବେଳେ ପିଡିତ ଯୁବକ ଗୁରୁତର ଆହତ ହୋଇ ପାଖରେ ରହୁଥିବା ତାଙ୍କର ସର୍ମ୍ପକୀୟ ମାଉସୀ ଙ୍କ ନିକଟକୁ ଯାଇ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବାର କହିବା ପରେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ଏଣୁ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନା ଓ ସେଠାରୁ ରେଫର କରାଯିବାରୁ ତାଙ୍କୁ ବୁର୍ଲା ଭିମସାରକୁ ନିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ଆହତ ଭରତଙ୍କ ମୃତ୍ୟୁ ହୋଇଯାଇଥିଲା। ଧନୁପାଲି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମାରଣାସ୍ତ୍ର ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

- Advertisement -

ଅପରପକ୍ଷରେ ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସ୍ଥାନୀୟ ନିବାସୀ ଧନୁପାଲି ଛକ ଦେଇ ଯାଇଥିବା ସମ୍ବଲପୁର – କଟକ ଜାତୀୟ ରାଜପଥ, ସମ୍ବଲପୁର – ସୋନପୁର ରାଜ୍ୟ ରାଜପଥ ଓ ଟାଉନ ପଟୁ ଯାଉଥିବା ରାସ୍ତା ଗୁଡିକୁ ଟାୟାର ଜାଲି ଅବରୋଧ କରିଦେଇଥିଲେ। ଶତାଧିକ ମହିଳା ଓ ପୁରୁଷ ମାନେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଇନ ଅନୁଯାୟୀ ଫାଶୀ ଦେବା ସହିତ ମୃତକ ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନର ଦାବି କରିଥିଲେ। ରାସ୍ତାରୋକ ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ଯାଇଥିବା ବେଳେ ପୁଲିସ ପ୍ରାୟ ୧ ଘଣ୍ଟା ବିଳମ୍ବରେ ପହୁଞ୍ôଚବାରୁ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପ୍ରାୟ ୪ ଘଣ୍ଟା ଧରି ରାସ୍ତାରୋକ ହେବା ପରେ ସଦର ଏସଡିପିଓ ପ୍ରଦୀପ ସାହୁ ଯଥାଶିଘ୍ର ଦୋଷୀ ଙ୍କୁ ଧରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏଥି ସହ ଯଥା ଶିଘ୍ର ଅପରାଧିଙ୍କୁ ଗିରଫ କରା ନ ଗଲେ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଅଞ୍ଚଳବାସୀ ପୁଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଅନ୍ୟପଟରେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆକ୍ରମଣ ସମୟରେ ଜଣେ ଯୁବତୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିବାର କୁହାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories