www.samajalive.in
Sunday, December 14, 2025
15.1 C
Bhubaneswar

ମାଁ ସମଲେଶ୍ୱରୀ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି

ସମ୍ବଲପୁର: ସମ୍ବଲପୁର ସରକାରୀ ମହାବିଦ୍ୟାଳୟକୁ ମାଁ ସମଲେଶ୍ୱରୀଙ୍କ ନାମରେ ନାମିତ କରି ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଦାବି ହୋଇଛି। ୧୯୫୯ ମସିହାରୁ ପଶ୍ଚିମ ଓଡ଼ିଶାରେ ନାରୀ ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇ ଆସିଥିବା ଏହି ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ନାରୀ ଶକ୍ତିର ପ୍ରତୀକ ଜଗତଜନନୀ ମାଁ ସମଲେଶ୍ୱରୀଙ୍କ ନାମରେ ନାମିତ କରାଯିବାର ଏହା ପ୍ରକୃଷ୍ଟ ସମୟ ବୋଲି ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ଦାବି କରିଛି। ବିଶ୍ୱବିଦ୍ୟାଳୟ ସମୁହର କୂଳାଧିପତି ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିକଟକୁ ସମିତିର ଆବାହକ ତ୍ରିବିକ୍ରମ ପ୍ରଧାନ ଦାବିପତ୍ର ପ୍ରେରଣ କରିଛନ୍ତି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ଏକାଧିକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। ସେହିପରି ସରକାରୀ ନାରୀ ଶିକ୍ଷା ଓ ମହିଳା ସଶକ୍ତିକରଣ ଦିଗରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପାଇଁ ସମସ୍ତେ ଯୋଗ୍ୟତା ରହିଛି। ଉଜ୍ୱଳ ଓ ଗୌରବମୟ ଇତିହାସ ରହିଥିବା ଏହି ମହାବିଦ୍ୟାଳୟର ଛାତ୍ରୀ ମାନେ ଜିଲା ଠାରୁ ନେଇ ଦେଶ ବିଦେଶରେ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ୱ କରି ଆସୁଛନ୍ତି। ସମ୍ବଲପୁରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ମହାବିଦ୍ୟାଳୟର ଯଥେଷ୍ଟ ପରିମାଣର ନିଜସ୍ୱ ଜମି ମଧ୍ୟ ରହିଛି। ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ରହିଛି। ଏଣୁ ବିଶ୍ୱବିଦ୍ୟାଳୟ ରୂପେ ସମସ୍ତ ଯୋଗ୍ୟତା ଏହି ମହାବିଦ୍ୟାଳୟର ରହିଛି। ଉତ୍ତରପ୍ରଦେଶର ସାହରନପୁର ଠାରେ ମାଁ ଶାକମ୍ବରୀ ବିଶ୍ୱବିଦ୍ୟାଳୟ ରହିଛି। ସେହିଭଳି ସମ୍ବଲପୁରରେ ମାଁ ସମଲେଶ୍ୱରୀଙ୍କ ନାମରେ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଉଚିତ। ମାଁ ସମଲେଶ୍ୱରୀ ଙ୍କ ମହିମା କେବଳ ସମ୍ବଲପୁର କିମ୍ବା ପଶ୍ଚିମ ଓଡ଼ିଶାରେ ସୀମିତ ନୁହେଁ। ଓଡ଼ିଶା, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ସ୍ଥାନରେ ୩ ଶହରୁ ଉର୍ଦ୍ଧ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ରହିଛି। ଏଣୁ ମାଁ ସମଲେଶ୍ୱରୀଙ୍କ ନାମରେ ବିଶ୍ୱବିଦ୍ୟାଳୟ ସ୍ଥାପନ ଦ୍ୱାରା ଶିକ୍ଷାର ବିକାଶ ସହିତ ମାଁ ଙ୍କ ମହିମା ସର୍ବବିଦିତ ହୋଇପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories