www.samajalive.in
Sunday, December 14, 2025
19.1 C
Bhubaneswar

‘ସାଢେ ତିନି କୋଟି ଓଡ଼ିଆଙ୍କ ମୁହଁରୁ ଅନ୍ନ ଛଡ଼ାଇଲେ କେନ୍ଦ୍ର ସରକାର’

ରେଙ୍ଗାଲିକ୍ୟାମ୍ପ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କିଲୋ ଚାଉଳ ବନ୍ଦ କରିବା ସହ କେନ୍ଦ୍ରର ଚାଷୀ ମାରଣ ନୀତି ଏବଂ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନେଇ ଗୁରୁବାର ଅତାବିରା ବ୍ଲକ ବିଜେଡି ପକ୍ଷରୁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅତାବିରା ବିଜୁ ଜନତା ଦଳ ପକ୍ଷରୁ ଅତାବିରା ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ୫ କିଲୋ ଚାଉଳ ବନ୍ଦ କରିବାକୁ ନେଇ ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକା ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ମହାମହୀମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ବନ୍ଦ ଦ୍ଵାରା ରାଜ୍ୟର ସାଢେ ତିନି କୋଟି ଓଡ଼ିଆଙ୍କ ମୁହଁରୁ ଦାନା ଛଡାଇ ଗରିବ ପେଟରେ ଲାତ ମାରିଛି। ପୁଣି ଏହାକୁ ସମର୍ଥନ କରି ବିଜେପିର ବାହାସ୍ପୋଟ ମାରିବାକୁ ତୀବ୍ର ନିନ୍ଦା କରାଯାଇଛି। ଗରିବ ପେଟ ପାଇଁ ଅନ୍ନ ନାହିଁ, କିନ୍ତୁ ବିଜେପି ସରକାର କଣ ବିଚାରି ଏହି ପଦକ୍ଷେପ ନେଇଛନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି । କରୋନା କାରଣରୁ ଗରିବ ଲୋକଙ୍କ ଭାଙ୍ଗି ପଡ଼ିଥିବା ଆର୍ଥିକ ମେରୁଦଣ୍ଡ ଆଜି ଯାଏଁ ସୁଧୁରି ପାରିନାହିଁ । ଏହି ଚାଉଳ ବନ୍ଦ କରିବା ଦ୍ଵାରା ଓଡ଼ିଶାର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି ବିଜେଡ଼ି ରଣହୁଙ୍କାର କରିଥିଲା । ଏହା ବ୍ୟତୀତ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଅନ୍ନ ଯୋଜନା ତିଆରି କରି ପୁଣି ବନ୍ଦ କଲେ କାହିଁକି ବୋଲି ଉପସ୍ଥିତ ଗରିବ ଆଦିବାସୀ ମହିଳାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ଆଗରୁ କେତେ ବର୍ଷ ପାଇଁ ଏହି ଯୋଜନା ପ୍ରସ୍ତୁତି କରାଯାଇଛି କୌଣସି ସୂଚନା ନଦେଇ ହଠାତ୍ ଏମିତି ତାଙ୍କର ମୁହଁରୁ ଦାନା ଛଡେଇ ନେଲେ ବୋଲି ଅନେକ ପ୍ରଶ୍ନବାଚୀ କରିଥିଲେ ଉପସ୍ଥିତ ଜନ ସାଧାରଣ । ଏହି ପ୍ରତିବାଦ ଦାବିରେ ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋରାସାଗାର, ସମବାୟ ସମିତିର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ଏନଏସି ବିଧାୟିକା ପ୍ରତିନିଧି ଟଙ୍କ ଦାଶ, ସତ୍ୟ ମିଶ୍ର, ବନମାଳୀ ବରିହା, ରଘୁ ବାରିକ୍, ବିନୋଦ ପ୍ରଧାନ, ମନୋଜ ସୁନା, ମନୋଜ ପ୍ରଧାନ, ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ପ୍ରମୁଖଙ୍କ ସମେତ ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଏଥିରେ ସାମିଲ ହୋଇଥିଲେ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories