www.samajalive.in
Sunday, December 14, 2025
19.1 C
Bhubaneswar

ସିଲେଇ ତାଲିମର ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ

ନବରଙ୍ଗପୁର: ସ୍ଥାନୀୟ କୋଣାର୍କ ଆଇଟିଆଇ ପରିସରରେ ବୁଧବାର ୫୦ରୁ ଊର୍ଦ୍ଧ୍ବ ଆଦିବାସୀ ଯୁବତୀଙ୍କୁ ୪୦ ଦିନର ସିଲେଇ ତାଲିମ ପ୍ରଦାନର ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷା ଗ୍ରହଣ ସହ ଆଗାମୀ ଦିନରେ କିପରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ପରୀକ୍ଷା ଅଂଶଗ୍ରହଣ କରି ସଫଳତା ହାସଲ କରବାକୁ ଆହ୍ଵାନ ଦେଇଥିଲେ। ନଚେତ ଆତ୍ମନିର୍ଭରଶୀଳ ହୋଇ ନିଜର ବ୍ୟବସାୟିକ ସଫଳତା ହାସଲ କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାରେ ସହାୟକ ହେବାକୁ ପ୍ରବର୍ତ୍ତାଇଥିଲେ। ଏଥି ସହ ଶିଳ୍ପ କେନ୍ଦ୍ର ତରଫରୁ ନୂତନ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରିବା ନେଇ ରହିଥିବା ସୁବିଧା ସୁଯୋଗ ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡ଼ିସି ଏକ୍ସପୋର୍ଟ ମେମ୍ବର ରାମଚନ୍ଦ୍ର ମିଶ୍ରଙ୍କ ସହ କୋଣାର୍କ ଆଇଟିଆଇର ଅଧ୍ୟକ୍ଷା ମମତା କୁମାରୀ ପାଢୀ, ଆଧ୍ୟାପକ ପ୍ରଦୀପ କୁମାର ପଟ୍ଟନାୟକ, ଅଧ୍ୟାପିକା ନମିନା ପଣ୍ଡା, ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଆଗାମୀ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହା ସହ ଆଗାମୀଦିନରେ ନବରଙ୍ଗପୁର ଜିଲାରେ ଆହୁରି ବହୁ ବିଭାଗରେ ତାଲିମ ପ୍ରଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ପ୍ରକାଶ କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories