www.samajalive.in
Monday, December 8, 2025
20.1 C
Bhubaneswar

ବିବିସି କାର୍ଯ୍ୟାଳୟରେ ଆୟକର ସର୍ଭେ: ପ୍ରେସ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରୁଛୁ – ଆମେରିକା

ଡେସ୍କ: ଆମେରିକା କହିଛି ଯେ ଏହା ପ୍ରେସ୍ ସ୍ୱାଧୀନତା, ଅଭିବ୍ୟକ୍ତିର ସ୍ୱାଧୀନତା ଓ ଧର୍ମର ସ୍ୱାଧୀନତାକୁ ସାର୍ବଜନୀନ ଅଧିକାର ଭାବରେ ସମର୍ଥନ କରେ ଯାହା ଭାରତ ସମେତ ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଦୁଆ ଅଟେ। ଆୟକର ବିଭାଗ ଦିଲ୍ଲୀ ଓ ମୁମ୍ବାଇରେ ଥିବା ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ କାର୍ଯ୍ୟାଳୟରେ ଏବଂ ଅନ୍ୟ ଦୁଇଟି ସ୍ଥାନରେ ସର୍ଭେ କରିବାର ଗୋଟିଏ ଦିନ ପରେ ଆମେରିକାର ଗୃହ ମନ୍ତ୍ରାଳୟ ମୁଖପାତ୍ର ନେଡ୍ ପ୍ରାଇସ ଏହା କହିଛନ୍ତି।

ସେ କହିଛନ୍ତି, ଭାରତୀୟ ଆୟକର କର୍ତ୍ତୃପକ୍ଷ ଦିଲ୍ଲୀରେ ବିବିସି କାର୍ଯ୍ୟାଳୟରେ କରୁଥିବା ସର୍ଭେ ବିଷୟରେ ସୂଚନା ପାଇଛୁ। ଆମେ ସମଗ୍ର ବିଶ୍ୱରେ ଏକ ମୁକ୍ତ ଗଣମାଧ୍ୟମର ଗୁରୁତ୍ୱକୁ ସମର୍ଥନ କରୁଛୁ। ଆମେ ମାନବିକ ଅଧିକାର ଭାବରେ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଧର୍ମ କିମ୍ବା ବିଶ୍ୱାସର ସ୍ୱାଧୀନତାର ମହତ୍ୱକୁ ଅଗ୍ରାଧିକାର ଦେଇଛୁ ଯାହା ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ରକୁ ଦୃଢ଼ କରିବାରେ ସହାୟକ ହୋଇଥାଏ। ଏହା ଆମେରିକାର ଗଣତନ୍ତ୍ରକୁ ମଜବୁତ କରିଛି। ଏହା ମଧ୍ୟ ଭାରତର ଗଣତନ୍ତ୍ରକୁ ମଜବୁତ କରିଛି ବୋଲି ସେ କହିଛନ୍ତି। ଏହି ସ୍ୱାଧୀନତାର ଅଧିକାର ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଦୁଆ ଅଟେ ବୋଲି ସେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories