www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଶୁଣାଇଲେ ସଜା, ଅବଦୁର ରେହମାନକୁ ୭ବର୍ଷ ୫ ମାସ ଜେଲ

ଭୁବନେଶ୍ବର: ମଙ୍ଗଳବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଲ କାଏଦା ଲିଙ୍କରେ ଦୋଷୀ ଅବଦୁଲ ରେହମାନକୁ ସଜା ଶୁଣାଇଛନ୍ତି। ଅବଦୁର ରେହମାନକୁ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ରେହମାନଙ୍କ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ। ସେମାନେ ହେଲେ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମିକୁ ସମାନ ଦଣ୍ଡ। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅବଦୁର ରେହେମାନଙ୍କ ସହ ଅନ୍ୟ ୩ ତିନି ଅଭିଯୁକ୍ତଙ୍କୁ ସାଢେ ୭ ବର୍ଷର ସଜା ଶୁଣାଇଛନ୍ତି। ଅବଦୁର ରେହେମାନ, ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟର ଧାରା ୧୮ ଏବଂ ୧୮-ବିରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସଜା ଶୁଣାଇଛନ୍ତି। ଦୋଷୀମାନଙ୍କୁ ୭ ବର୍ଷ ୫ମାସ ସଶ୍ରମ କାରାବାସ ସହିତ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି ।
ଦେଶ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଚାରିଜଣ ମହମ୍ମଦ ଆସିଫ, ମହମ୍ମଦ ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ସେମାନଙ୍କ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଦିଲ୍ଲୀ ପଟିଆଲା କୋର୍ଟ ଏହି ରାୟ ଶୁଣାଇଛନ୍ତି।

- Advertisement -

ଦୋଷୀଙ୍କ ଭିତରେ କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁଲରେହମାନ ରହିଛି। ସେ ପାକିସ୍ତାନ ଯାଇ ଆତଙ୍କବାଦୀ ପ୍ରଶିକ୍ଷଣ ନେଇଥିବା ପ୍ରମାଣିତ ହୋଇଥିଲା। ୨୦୧୫ରେ ଦିଲ୍ଲୀ ପୁଲିସ ଆତଙ୍କବାଦୀ ଲିଂକରେ ଏହି ୪ଜଣଙ୍କୁ ଗିରଫ କରିଥିଲା। ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଥିଲା। ହେଲେ ଆଜି ସମସ୍ତ ୪ଜଣ ଆଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଜୋରିମାନା କରାଯାଇଛି।

ପୂର୍ବରୁ ସମସ୍ତ ଅଭିଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଆଭିଯୋଗ ହୋଇଥିଲା। ଘଟଣାକୁ ନେଇ ପୋଲିସ ତନାଘନା କରିବା ସହ ୪ଜଣଙ୍କୁ ଗିରଫ କରିଥିଲା। ଗିରଫ ୪ଜଣଙ୍କ ମଧ୍ୟରେ ରହିଥିଲା କଟକର ଅବଦୁଲ ରେହମାନ। ସେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା। ପାକିସ୍ତାନ ଯାଇ ଆତଙ୍କବାଦୀ ପ୍ରଶିକ୍ଷଣ ନେଇଥିଲା ଅବଦୁର। ଏହା ପ୍ରମାଣିତ ହେବା ପରେ ୨୦୧୫ରେ ତାକୁ ପୋଲିସ ଗିରଫ କରିଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories