www.samajalive.in
Monday, December 8, 2025
24.1 C
Bhubaneswar

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ନେଚର କ୍ୟାମ୍ପ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ପ୍ରକୃତିକୁ ଜାଣିବା ଓ ତାହାର ସଂରକ୍ଷଣ କରିବା ପାଇଁ ଏକ ନେଚର କ୍ୟାମ୍ପ ହରଭଙ୍ଗା ବ୍ଲକର ପୁରୁଣାକଟକ ଅନ୍ତର୍ଗତ ଯାଜପୁର ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି। ଇକୋ କ୍ଲବର ସଂଯୋଜକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ଉଦ୍ଭିତ ବିଜ୍ଞାନ ବିଭାବର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ ବାରବାଣି ଗ୍ରାମକୁ ଯାଇ ସେଠାରୁ ଜଙ୍ଗଲ ମଧ୍ୟରେ ଯାତ୍ରା କରି ସମସ୍ତ ବୃକ୍ଷମାନଙ୍କୁ ଚିହ୍ନିବା ସହ ଔଷଧୀୟ ବୃକ୍ଷମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଚିହ୍ନଟ କରି ତାହାର ଗୁଣ ବିଷୟରେ ଜାଣିଥିଲେ। ଏଥିସହ ତାହାର ସ୍ଥିତାବସ୍ଥା ଅନୁଧ୍ୟାନ କରିଥିଲେ। ଜଙ୍ଗଲ ମଧ୍ୟରେ ଛାତ୍ରଛାତ୍ରୀମାନେ ୪ କିଲୋମିଟର ଯାତ୍ରା ମଣିପୁର ସଂରକ୍ଷିତ ଜଙ୍ଗଲରେ ତାଙ୍କର ଯାତ୍ରା ଶେଷ କରିଥିଲେ। ସେହି ଜଙ୍ଗଲରେ ଜୈବ ବିଭିନ୍ନତା ଉପରେ ଗବେଷଣା କରିବା ସହ ହର୍ବାରିୟମ ସଂଗ୍ରହ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଲୋଗାନ ଓ ବୃକ୍ଷ ଚିହ୍ନିବା ସଙ୍ଗିତ ଉପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାସ୍ତାରେ ବିଭିନ୍ନ ସାପ ଓ ଜଙ୍ଗଲ ଜୀବ ଜନ୍ତୁଙ୍କ ପାଦଚିହ୍ନର ବିଭିନ୍ନ ଅଂଶ ଦେଖିବାକୁ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବରେ ଜଙ୍ଗଲ ଅଧିକାରୀ ଗୋବର୍ଦ୍ଧନ ମେହେର, ଫରେଷ୍ଟ ଗାର୍ଡ ଶମ୍ଭୁ ପ୍ରସାଦ ସାହୁ ସାମିଲ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ନିଆଁରୁ ସୁରକ୍ଷା ଏବଂ ଜଙ୍ଗଲ ସାମଗ୍ରୀକ ସୁରକ୍ଷା ଉପରେ ତାଲିମ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଅମ୍ରିତା ମହାପାତ୍ର ଯୋଗ ଦେଇଥିଲେ। ବାରବାଣି ଓ ମଣିପୁର ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ପରିବେଶ ଶିକ୍ଷାକେନ୍ଦ୍ର ଏହି ନେଚର କ୍ୟାମ୍ପକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories