www.samajalive.in
Sunday, December 7, 2025
14.1 C
Bhubaneswar

ଆଠଗଡ ବନାଞ୍ଚଳରେ ଦନ୍ତାହାତୀ ମୃତଦେହ ଠାବ

ଆଠଗଡ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ବନାଞ୍ଚଳର ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ନୂଆବନ୍ଧ ଗ୍ରାମର ନୂଆତଇଲା କାଜୁ ଜଙ୍ଗଲରୁ ସୋମବାର ସକାଳେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ପ୍ରାୟ ୨୦ ବର୍ଷ ବୟସ୍କ ଦନ୍ତା ହାତୀଟିର ଶୁଣ୍ଢର ଗୋଟିଏ ସ୍ଥାନରେ ଏକ ଗଭୀର କ୍ଷତ ରହିଥିଲେ ମଧ୍ୟ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବନ ବିଭାଗ ଅଧିକାରୀ କହିଛନ୍ତି। କେହି କେହି ଲୋକ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା କହୁଛନ୍ତି।
ସେଠାରେ ଥିବା ଚାଷଜମିରେ ବାରହା ପଶି ଫସଲ ଖାଇଯାଉଥିବାରୁ ବାରହା ମୁହଁରୁ ଫସଲ ରକ୍ଷା ପାଇଁ କେତେକ ଚାଷୀ ବିଦ୍ୟୁତ ତାର ବିଛାଇ ସେଥିରେ ବିଦ୍ୟୁତ ସରବରାହ କରିଥିବାବେଳେ ସେହି ତାରରେ ହାତୀଟିର ଶୁଣ୍ଢ ଲାଗିଯିବାରୁ ତାହା ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହେବାପରେ ପ୍ରମାଣ ଲୁଚାଇବାକୁ ଯାଇ ତାର ବିଛାଇଥିବା ଲୋକ ସେହି ତାର ସବୁ ଖୋଲି ନେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି ଓ ରେଞ୍ଜର ରବିନ୍ଦ୍ର କୁମାର ନାୟକ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ଅନୁଗୁଳଠାରେ ଅବସ୍ଥାପିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ ଯୋଗ ଜୟାନନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ସୁଶାନ୍ତ କୁମାର ବେହେରାଙ୍କ ସମେତ ସାତକୋଶିଆ ବନଖଣ୍ଡରୁ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଆସି ମୃତ ହାତୀର ବ୍ୟବଛେଦ କରିଛନ୍ତି । ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେ।ଇଯିବ ଏବଂ ଯଦି ବିଦ୍ୟୁତ କରେଣ୍ଟ କିମ୍ବା ଅନ୍ୟ କୌଣସି ଉପାୟରେ ହାତୀକୁ ମରାଯାଇଥିବା ପ୍ରମାଣ ମିଳେ ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ଡାକ୍ତର ପତି ପ୍ରକାଶ କରିଛନ୍ତି ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories