ଆଠଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଆଠଗଡ଼: ଆଠଗଡ଼ ତାଲୁକ ଆଇନସେବା ସମିତି ଆନୁକୂଲ୍ୟରେ ଶନିବାର ଅଦାଲତ ପରିସରରେ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌‌ ପ୍ରଦୀପ୍ତ କୁମାର ସାହୁ ଏହି ଲୋକଅଦାଲତକୁ ଉଦ୍‌‌ଘାଟନ କରିବା ସହ ନିଜ ଅଦାଲତ ପରିଚାଳନା କରି ୧୨ଟି ମୋଟର ଯାନ ଦୁର୍ଘଟଣା ମାମଲା ସମାଧାନ କରି ୪୬୯୫୦୮୦ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡିକୁ ଆଦେଶ ଦେଇଥିଲେ। ବରିଷ୍ଠ ଦେୱାନୀ ବିଚାରପତ୍‌‌ ିଶ୍ରୀମୟୀ ଆଚାର୍ୟ୍ୟ ମୋଟ ୧୪ଟି ବୈବାହିକ ଓ ଦେୱାନୀ ମାମଲା ଫଇସଲା କରଥିବାବେଳେ ବ୍ୟାଙ୍କର ଅନାଦେୟ ଋଣ ସଂପର୍କୀତ ୧୪ଟି ମାମଲାର ଫଇସଲା କରି ଅନାଦେୟ ଋଣ ବାବଦନରେ ୧୪,୩୬,୨୬୧ଟଙ୍କା ଆଦେୟ ପାଇଁ ଆଦେଶ ଦେଇଥିଲେ। ଏହିପରି ଏସଡିଜେଏମ ଏସ କୁନୁମୁନ ଆଚାରୀ ୬୨ଟି ଫୌଜଦାରୀ ଓ ଜେଏମଏଫସି ସମ୍ବଦନା ସମ୍ବିତ ୨ଟି ବୈବାହିକ ମାମଲା ବିଚାର କରି ଫଇସଲା କରିଥିଲେ। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ତହସିଲଦାର ପ୍ରିୟବ୍ରତ ଦାସ ସେମାନଙ୍କ ଅଦାଲତରେ ୧୦୧୨ଟି ଜମିଜମା ମାମଲାରୁ ୨୦୦୯୩୭ ଟଙ୍କା ରାଜସ୍ୱ ବାବଦରେ ଆଦାୟ କରିଥିଲେ। ଏହି ଲୋକ ଅଦାଲତରେ ଭାରତୀୟ ଷ୍ଟେଟବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଯୋଗଦାନ କରି ମାମଲା ଫଇସଲାରେ ସହଯୋଗ କରିଥିଲେ। ଓକିଲ ସଂଘର ସଭାପତି ସତ୍ୟେନ ପଣ୍ଡା, ମନୋରଞ୍ଜନ ମହାନ୍ତି ସୁଶାନ୍ତ ମିଶ୍ର, ମନୋରଞ୍ଜନ ନାୟକ, ପ୍ରତାପ ଚନ୍ଦ୍ର ପଟ୍ଟନାୟକ, ଲଳିତ ରଞ୍ଜନ ସାହୁ, ପବିତ୍ର ମାଝିଙ୍କ ସହିତ ବହୁ ଆଇନଜୀବୀ ଏହି ଲୋକଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.