ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସିଦ୍ଧାର୍ଥ ପବ୍ଲିକ ସ୍କୁଲ ,କୁମେଲସିଂହା ର ଛାତ୍ର ମଳୟ ବାରିକ୍ ପାରାଦ୍ଵୀପ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳ କୁଦ ପ୍ରତିଯୋଗିତାରେ ୨୦୦ ମିଟର ଦୌଡ ରେ ପ୍ରଥମ ସ୍ଥାନ ଓ ୪୦୦ ମିଟର ଦୌଡ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରି ଜିଲ୍ଲା ତଥା ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ପାରାଦ୍ଵୀପ ରୁ ଆଜି ଫେରିବା ପରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଓ ସ୍ଵାଗତ ଜଣାଯାଇଛି । ଅତାବିରା ଦୁର୍ଗା ମନ୍ଦିର ଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ପରେ ସେ ମାଁ ଦୁର୍ଗାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।ଏହି ସ୍ଵାଗତ ସମ୍ବର୍ଦ୍ଧନା ରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାଶ, କାର୍ତ୍ତିକ ବାଗ ,ବ୍ଲକ କ୍ରୀଡା ସମ୍ପାଦକ ଲବ ସାହୁ,ଶିକ୍ଷକ ଗୋକୁଳାନନ୍ଦ ମଲ୍ଲିକ,ପଞ୍ଚାନନ ନାଥ,ସନ୍ତୋଷ କର ,ନନ୍ଦିଘୋଷ ଭୁଏ ପ୍ରମୁଖ ତଥା ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ମାନେେ ସ୍ଵାଗତ ଜଣାଇ ଉତ୍ସାହିତ କରିଥିଲେ ।
Popular Categories



