www.samajalive.in
Sunday, December 14, 2025
16.1 C
Bhubaneswar

ଏସ୍‌‌ସିବିରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବାଟବଣା-ଘରୋଇ ସଂସ୍ଥାର ବକେୟା ୪୦ କୋଟି

କଟକ :କଟକ ବଡ଼ ଡାକ୍ତରଖାନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଦିଗହରା ହୋଇପଡ଼ିଛି। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଏହି ଯୋଜନାରେ ସହାୟତା ମିଳୁନାହିଁ। ସରକାରଙ୍କ ସହିତ ବୁଝାମଣା କରିଥିବା ୬ଟି ଘରୋଇ ଔଷଧ କେନ୍ଦ୍ର ଏହି ଯୋଜନାରେ ହିତାଧିକାରୀଙ୍କୁ ଔଷଧ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହିସବୁ ଘରୋଇ ସଂସ୍ଥାଗୁଡିକର ବକେୟା ପ୍ରାପ୍ୟ ୪୦କୋଟି ଟଙ୍କା ଟପିଲାଣି। ଦୀର୍ଘ ୮ମାସ ହେଲା ଘରୋଇ ସଂସ୍ଥାଗୁଡିକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅର୍ଥ ପ୍ରଦାନ କରିନଥିବା ଜଣାପଡ଼ିଛି। ବାରମ୍ବାର ଦାବି ସତ୍ତ୍ବେ ବକେୟା ଅର୍ଥ ନ ମିଳିବାରୁ କେତେକ ଔଷଧ ଦୋକାନ ରୋଗୀଙ୍କୁ ଔଷଧ ଦେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଅର୍ଥ ମିଳୁନଥିବାରୁ କେତେକ ଘରୋଇ କେନ୍ଦ୍ର ରୋଗୀଙ୍କୁ ଔଷଧ ଦେଉନଥିବାରୁ ବହୁ ରୋଗୀ ନିରାଶରେ ଫେରୁଛନ୍ତି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ରାଜ୍ୟବାସୀଙ୍କୁ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ରାଜ୍ୟ ସରକାର ଜଣେ ସାଧାରଣ ରୋଗୀକୁ ସର୍ବାଧିକ ୫ଲକ୍ଷ ଟଙ୍କା ଏବଂ ଜଣେ ମହିଳାଙ୍କୁ ସର୍ବାଧିକ ୧୦ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସହାୟତା ଯୋଗାଇ ଦେଉଛନ୍ତି। ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲା ମୁଖ୍ୟାଳୟ ସମେତ କେତେକ ଘରୋଇ ଚିକିତ୍ସାଳୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଏଠାରୁ ଆସୁଥିବା ରୋଗୀଙ୍କୁ ଔଷଧ ଯୋଗାଇ ଦେବାକୁ ୬ଟି ଘରୋଇ ଔଷଧ ଦୋକାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଔଷଧ ଦୋକାନୀଙ୍କୁ ବକେୟା ଅର୍ଥ କର୍ତ୍ତୃପକ୍ଷ ଦେଇ୍‌‌ଥିଲେ। ୨୦୨୨ ଜୁଲାଇରୁ ଔଷଧ ଦୋକାନୀଙ୍କୁ ବକେୟା ପ୍ରାୟ ମିଳୁନାହିଁ। ଡାକ୍ତରଖାନାକୁ ବହୁ ଜରୁରୀ ଔଷଧ ମଧ୍ୟ ଏହିସବୁ ଦୋକାନୀ ଡାକ୍ତରଖାନାକୁ ବିନା ସର୍ତ୍ତରେ ଯୋଗାଇ ଦେଇଥିଲେ। ୨୦୨୨ ଜୁଲାଇରୁ ଏ ପର୍ଯ୍ୟନ୍ତ କୌଣସି ଦୋକାନୀଙ୍କୁ ଟଙ୍କାଟିଏ ବି କର୍ତ୍ତୃପକ୍ଷ ପ୍ରଦାନ କରିନାହାନ୍ତି। ଗୋଟିଏ ଗୋଟିଏ ଔଷଧ ଦୋକାନୀଙ୍କର ୪ରୁ ୬କୋଟି ଟଙ୍କା ବକେୟା ପଡ଼ିଛି। ଏ ସମ୍ପର୍କରେ ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଟଙ୍କା ମିଳୁନଥିବାରୁ ମାଗଣାରେ ଔଷଧ ଯୋଗାଇବା ସମ୍ଭବ ହେଉନି ବୋଲି ଜଣେ ଦୋକାନୀ କହିଛନ୍ତି। ପ୍ରତିଦିନ ୨୦୦ରୁ ଊର୍ଦ୍ଧ୍ବ ରୋଗୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଔଷଧ ନେବାକୁ ଆସୁଛନ୍ତି। ଟଙ୍କା ନଥିବାରୁ ଦୋକାନରେ ଔଷଧ ମହଜୁଦ ରଖିପାରୁନୁ। ସମସ୍ତ ରୋଗୀଙ୍କୁ ଔଷଧ ଦେବା ସମ୍ଭବ ହେଉନାହିଁ। ଦୋକାନରେ ଯେଉଁ ଔଷଧ ଅଛି, ତାହା ଦେଉଛି। ଅଧିକାଂଶ ଦାମିକା ଔଷଧ ରଖିବା ସମ୍ଭବ ହେଉନି ବୋଲି ଏହି ଦୋକାନୀଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କେବଳ ଏହି ଦୋକାନୀ ନୁହନ୍ତି, ଅନ୍ୟ ସମସ୍ତ ଦୋକାନୀଙ୍କ ସମସ୍ୟା ଏକପ୍ରକାର। କୋଟି କୋଟି ଟଙ୍କା ବକେୟା ପଡ଼ିଛି। ବାରମ୍ବାର ଦୌଡି ଦୌଡି ନିରାଶ ହେଉଛି। ଆଉ ବାକିରେ ଔଷଧ ଦେବା ସମ୍ଭବ ହେଉନି। ସରକାର ତୁରନ୍ତ ବକେୟା ଅର୍ଥ ପ୍ରଦାନ ନ କଲେ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଆଉ ଔଷଧ ଦେବୁନାହିଁ ବୋଲି ଅନ୍ୟ ଜଣେ ଔଷଧ ଦୋକାନୀ କହିଛନ୍ତି। ସରକାରଙ୍କଠାରୁ ଅର୍ଥ ମିଳିବା ପରେ ଔଷଧ ଦୋକାନୀଙ୍କ ବକେୟା ଅର୍ଥ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories