www.samajalive.in
Monday, December 8, 2025
24.1 C
Bhubaneswar

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ମହୁର ବ୍ୟବହାର

ଖାଇବାକୁ ମିଠା କରିବା ପାଇଁ ଚିନି ବ୍ୟବହାର କରାଯିବା କଥା ଆମେ ସମସ୍ତେ ଜାଣିଛୁ। ବେଳେବେଳେ ମହୁର ମଧ୍ୟ ବ୍ୟବହାର କରାଯାଇ ଖାଦ୍ୟ ମିଠା କରାଯାଇଥାଏ। ମହୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟିଅକ୍ସାଇଡ, ଆଣ୍ଟିଫଙ୍ଗଲ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏହା ଶରୀରକୁ ଅନେକ ରୋଗ ଠାରୁ ରକ୍ଷା କରିଥାଏ। ଏହା ମୁହଁ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ଆସନ୍ତୁ ଜାଣିବା ମହୁର ଉପକାରିତା :
ଓଜନ କମ କରିଥାଏ :
ମହୁରେ ଥିବା ମିନେରାଲ ଓ ଭିଟାମିନ ଓଜନ କମ କରିବାରେ ସହାୟକ ହୋଇଥାଏ। ଏହା ମିଠା ହୋଇଥିବା ସତ୍ତେ୍ୱ କ୍ୟାଲୋରୀ ବହୁତ କମ ପରିମାଣରେ ରହିଥାଏ। ଯାହାଦ୍ୱାରା ଓଜନ କମ୍‍ କରିବାରେ ସାହାର୍ଯ୍ୟ କରିଥାଏ। ତେଣୁ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଇବା ଉଚିତ।ଶକ୍ତି ଯୋଗାଇଥାଏ:
ମହୁ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ୱାରା ତାହା ଶରୀରକୁ ଶକ୍ତି ଯୋଗାଇଥାଏ। ତେଣୁ ପ୍ରତ୍ୟେହ ସକାଳେ ବ୍ୟାୟାମ କରି ସାରିବା ପରେ ଏକ ଚାମଚ ମହୁ ଖାଇବା ଉଚିତ।
ରକ୍ତ ଚାପ ନିୟନ୍ତ୍ରିତ କରେ:
ମହୁରେ ପ୍ରାକୃତିକ ମିଠା ଅଂଶ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ। ଏଥିରେ ଫ୍ରୁକ୍ଟୋଜ ଓ ଗ୍ଲୁକୋଜ ଥିବାରୁ ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ।ସ୍ମରଣ ଶକ୍ତି ବୃଦ୍ଧି କରେ:
ମହୁରେ ଆଣ୍ଟି-ଅକ୍ସାଇଡ ଥାଏ। ମହୁରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କ ନିକଟକୁ ରକ୍ତ ସଞ୍ଚାଳନ ଠିକ କରିଥାଏ। ଏହାସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
ଦାନ୍ତ ମାଢିକୁ ଶକ୍ତ କରେ:
ମହୁରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି। ଏହାଦ୍ୱାରା ଦାନ୍ତ ଓ ମାଢିରେ ହେଉଥିବା ସମସ୍ୟାକୁ ଭଲ କରିଥାଏ। ତେଣୁ ଖାଇବା ପରେ ପାଣିରେ ମହୁ ମିଶାଇ ପିଇବା ଉଚିତ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories