www.samajalive.in
Monday, December 8, 2025
14.1 C
Bhubaneswar

ପଞ୍ଜାବ ସରକାରରେ #ମି ଠୁ ଅଭିଯୋଗ

ନୂଆଦିଲ୍ଲୀ: ପଞ୍ଜାବର ଜନୈକ ମନ୍ତ୍ରୀଙ୍କ ଦ୍ୱାରା ଜଣେ ମହିଳା କର୍ମଚାରୀଙ୍କୁ ପଠାଯାଇ ଥିବା ଏକ ମୋବାଇଲ ମ୍ୟାସେଜକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପରିସ୍ଥିତି ଏପରି ହୋଇଛି ଯେ, କଂଗ୍ରେସ ସଚିବ ଆଶା କୁମାରୀଙ୍କୁ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମର୍ଥନରେ ମନ୍ତବ୍ୟ ରଖିବାକୁ ପଡ଼ିଛି। ଶ୍ରୀମତି ଆଶା କୁମାରୀ ମୋବାଇଲ ମେସେଜ କଦାପି ଯୌନ ଉତ୍ପିଡ଼ନ ହୋଇ ପାରେନା ବୋଲି ମନ୍ତବ୍ୟ ଦେଇଛନ୍ତି। ତେବେ ଶ୍ରୀମତି ଆଶା କୁମାରୀଙ୍କ ଏଭଳି ମନ୍ତବ୍ୟ ରାଜନୀତିକୁ ଅଧିକ ସରଗରମ କରିଦେଇଛି। ଅକାଳୀ ଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କୁ ବରଖାସ୍ତ କରିବାକୁ ଦାବିରେ ଅଡ଼ି ବସିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କ ମନ୍ତବ୍ୟରେ ଦଳକୁ ମନ୍ତ୍ରୀଙ୍କ ବିରୋଧରେ କୌଣସି ଅଭିଯୋଗ ମିଳି ନାହିଁ ବୋଳି ମନ୍ତବ୍ୟ ଦେଇ ପରିସ୍ଥିତିକୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ଏହାକୁ ଖଣ୍ଡନ କରିଥିଲେ। ଅପରପକ୍ଷରେ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର #ମି ଠୁ ଅଭିଯାନ ହୋଇଥିଲେ ମଧ୍ୟ କାହାକୁ ମୋବାଇଲରେ ଆପତ୍ତିଜନକ ମ୍ୟାସେଜ ପଠାଇବା କଦାପି ଏହି ଅଭିଯାନ ଅନ୍ତର୍ଗତ ହୋଇ ପାରେନା ବୋଲି ଶ୍ରୀମତି ଆଶା କୁମାରୀ ପାଲଟା ଯୁକ୍ତି ବାଢିଛନ୍ତି।
ଅପରପକ୍ଷରେ ଏହି ମାମଲାରେ ଶେଷରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଶିକ୍ଷା ମନ୍ତ୍ରୀଙ୍କୁ ଡାକି ତାଙ୍କ ସମ୍ମୁଖରେ ଉକ୍ତ ମହିଳା ଅଧିକାରୀଙ୍କୁ ଭୁଲ ମାଗିବାକୁ ବାଧ୍ୟ କରିଥିବା ସୂଚନା ଦେଇଛନ୍ତି। ମହିଳା କର୍ମଚାରୀଙ୍କୁ ସନ୍ତୁଷ୍ଟିକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା କରାଯାଇଛି ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଦାବି କରୁଥିବାବେଳେ ଅକାଳୀ ଓ ଆପ୍‍ ଦଳ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଜିଦରେ ଅଡ଼ି ବସିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories