ଓଜନ କମ୍ କରିବାକୁ ଆଜିକାଲି ଅଧିକାଂଶ ଲୋକ ଘରେ ଟ୍ରେଡ୍ମିଲ୍ କିଣି ରଖୁଛନ୍ତି। ନିଜ ଇଚ୍ଛାରେ ଯେତେବେଳେ ଚାହିଁିବେ, କସରତ କରିବା ଲକ୍ଷ୍ୟରେ ଲୋକେ ଏଇ ଯନ୍ତ୍ରଟିକୁ କିଣୁଛନ୍ତି। ଟ୍ରେଡମିଲ୍ ଘରେ ଥିଲେ, କେତୋଟି କଥା ଜାଣିନେବା ଜରୁରୀ।
ସମତଳରେ ଦୌଡ଼ିବା, ଚାଲିବା ଅଭ୍ୟାସ ସମସ୍ତଙ୍କ ପାଖେ ଅଛି। ହେଲେ ଟ୍ରେଡମିଲ୍ରେ ହଠାତ୍ କରି ଅଭ୍ୟାସ ଆରମ୍ଭ କରୁଥିଲେ, ଏହାର ବେଗ ଅଧିକ ରଖିବା ଅନୁଚିତ। ଦୁର୍ଘଟଣା ହେବା ଭୟକୁ ଏଡ଼ାଇ ଦିଆଯାଇନପାରେ।
ଟ୍ରେଡମିଲ୍ରେ ଦୌଡ଼ିବାବେଳେ ହୃତ୍ସ୍ପନ୍ଦନ ବେଗ ବଢ଼ିଲେ ମଧ୍ୟ ଏଥିରୁ ଓହ୍ଲାଇଆସନ୍ତୁ। ହୃଦ୍ରୋଗୀ ଏଥିରେ ନ ଚାଲିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।
ଆଣ୍ଠୁଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ସମସ୍ୟା ଥିବା ରୋଗୀ ଟ୍ରେଡମିଲ୍ ଠାରୁ ଦୂରେଇ ରୁହନ୍ତୁ। ଏଥିରେ ଚାଲିଲେ ସେମାନଙ୍କ ସମସ୍ୟା ବଢ଼ିଯାଇପାରେ।



