www.samajalive.in
Saturday, December 13, 2025
18.1 C
Bhubaneswar

ରାଜ୍‌ଙ୍କ ପିଛା ଛାଡ଼ୁନି ସମସ୍ୟା; ଦାଖଲ ହେଲା ଚାର୍ଜସିଟ୍‌

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ମହାରାଷ୍ଟ୍ର ସାଇବର ପୁଲିସ ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ରାଜ୍‌ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ସାଇବର ପୁଲିସ ଚାର୍ଜସିଟରେ ଦାବି କରିଛି ଯେ, ରାଜ କୁନ୍ଦ୍ରା ମୁମ୍ବାଇ ଆଖପାଖ ଅଞ୍ଚଳରେ ଥିବା ପାଞ୍ଚ ତାରକା ହୋଟେଲରେ ଅଶ୍ଳୀଳ ଚଳଚ୍ଚିତ୍ର ଶୁଟିଂ କରି ଓଟିଟି ପ୍ଲାଟଫର୍ମକୁ ବିକ୍ରି କରିଥିଲେ। କେବଳ ଏତିକି ନୁହେଁ ସାଇବର ସେଲ ଏହା ମଧ୍ୟ କହିଛି ଯେ, ରାଜ୍‌ କୁନ୍ଦ୍ରା ଏହି ଡିଲ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିଥିଲେ।

ସୂଚନା ମୁତାବକ, ସାଇବର ସେଲ୍ ରାଜ କୁନ୍ଦ୍ରା, ମଡେଲ ଶର୍ଲିନ୍ ଚୋପ୍ରା, ପୁନମ୍ ପାଣ୍ଡେ, ଚଳଚ୍ଚିତ୍ର ନିର୍ମାତା ମୀତା ଝୁନଝୁନୱାଲା ଏବଂ କ୍ୟାମେରାମ୍ୟାନ୍ ରାଜୁ ଦୁବେଙ୍କ ବିରୋଧରେ ୪୫୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ଏହା କୁହାଯାଇଛି ଯେ, ବନାନା ପ୍ରାଇମ ଓଟିଟିର ସୁବାଜିତ ଚୌଧୁରୀ ଏବଂ ରାଜ କୁନ୍ଦ୍ରାଙ୍କ କର୍ମଚାରୀ ଉମେଶ କାମଥଙ୍କୁ ମଧ୍ୟ ଲଣ୍ଡନ ସ୍ଥିତ କମ୍ପାନୀ ‘ହଟ୍‌ସଟ୍‌’ର ପରିଚାଳକ ଭାବରେ ନାମିତ କରାଯାଇଛି। କେବଳ ଏତିକି ନୁହେଁ ସୁବାଜିତ ଚୌଧୁରୀ ଓ ଉମେଶ କାମଥଙ୍କ ବିରୋଧରେ ଅଶ୍ଳୀଳ ୱେବସିରିଜ୍‌ ‘ପ୍ରେମ ପଗଲାନୀ’ ତିଆରି କରିବା ଏବଂ ଓଟିଟିରେ ଅପ୍‌ଲୋଡ୍‌ କରିବାର ଅଭିଯୋଗ ହୋଇଛି।

- Advertisement -

ଅପରପକ୍ଷେ, ପୁନମ୍ ପାଣ୍ଡେଙ୍କ ବିରୋଧରେ ନିଜର ମୋବାଇଲ୍ ଆପ୍ ‘ଦି ପୁନମ୍ ପାଣ୍ଡେ’ ଡେଭଲପ୍‌ କରିବା, ରାଜ କୁନ୍ଦ୍ରାଙ୍କ କମ୍ପାନୀ ସହାୟତାରେ ଭିଡିଓ ଶୁଟିଂ କରିବା, ଅପଲୋଡ୍ ଏବଂ ପ୍ରସାରଣ କରିଥିବା ଅଭିଯୋଗ ହୋଇଛି। ସାଇବର ପୁଲିସର ସୂଚନାନୁସାରେ, କ୍ୟାମେରାମ୍ୟାନ୍ ରାଜୁ ଦୁବେ ଶର୍ଲିନ୍ ଚୋପ୍ରାଙ୍କ ଭିଡିଓ ଶୁଟିଂ କରିଥିବାବେଳେ ଝୁନଝୁନୱାଲାଙ୍କ ବିରୋଧରେ ଶର୍ଲିନଙ୍କ ପାଇଁ କାହାଣୀ ଲେଖିବା, ନିର୍ଦ୍ଦେଶନା ଦେବାରେ ସାହାଯ୍ୟ କରିଥିବା ଓ ଉସୁକାଇବା ଅଭିଯୋଗ ହୋଇଛି।

ଚାର୍ଜସିଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଅଶ୍ଳୀଳ ଫିଲ୍ମ ଶୁଟିଂ ମାମଲାରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ‘ଆର୍ମସ୍‌ପ୍ରାଇମ’କୁ ଏହି ସମସ୍ତ ଅଭିଯୁକ୍ତଙ୍କଠାରୁ ଟଙ୍କା ମିଳିଥିଲା। ତେଣୁ ଚାର୍ଜସିଟରେ ଏହି କମ୍ପାନୀ ବିରୋଧରେ ଅପରାଧରେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୁଲିସ ଏହି ମାମଲାରେ ଏବେ ଆହୁରି କିଛି ମଡେଲଙ୍କୁ ଖୋଜୁଛି, ଯେଉଁମାନେ ବୋଲ୍ଡ ଫିଲ୍ମରେ କାମ କରିଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories