ନୂଆଦିଲ୍ଲୀ : ଗ୍ରୀସରେ ସୋମବାର ଭୂକମ୍ପର ଝଟକା ଅନୁଭବ ହୋଇଛି । କ୍ରେତେରେ ସକାଳ ସମୟରେ ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୫ ରେକର୍ଡ କରାଯାଇଛି । ଏହାସହ ସୁନାମିର ଆଶଙ୍କା କରାଯାଉଥିବାରୁ ସତର୍କ ସୂଚନା ଜାରି କରାଯାଇଛି । ତଟୀୟ ସ୍ଥାନରେ ବାସ କରୁଥିବା ବାସିନ୍ଦାଙ୍କୁ ଉଚ୍ଚ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି । ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରୁ ଦୂର ସ୍ଥାନକୁ ଯିବାକୁ ମଧ୍ୟ କୁହାଯାଇଛି ।
ଇଏମଏସସିର ସୂଚନାନୁଯାୟୀ, ଭୂକମ୍ପ ସୋମବାର ସ୍ଥାନୀୟ ସମୟାନୁସାରେ ଉତ୍ତର-ପୂର୍ବରେ ୬୦ କିମି ଦୂରରେ ଅନୁଭବ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୮୦ କିଲୋମିଟର ଗଭୀର ବୋଲି ସୂଚନା ମିଳିଛି । ଏହି ଭୂକମ୍ପର ଝଟକା ଉତ୍ତର ଆଫ୍ରିକା ଯାଏଁ ଅନୁଭବ ହୋଇଛି । ପ୍ରଭାବିତ ଅଞ୍ଚଳରେ କୌଣସି ଜୀବନର ହାନୀ କିମ୍ବା ଆହତ ହୋଇନଥିବା ବେଳେ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇନଥିବା ନେଇ ଜଣାପଡିଛି । ଭୂକମ୍ପର ଝଟକା ମାତ୍ରକେ ଲୋକେ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।



