www.samajalive.in
Sunday, December 14, 2025
19.1 C
Bhubaneswar

କାଲେଶ୍ୱର ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ସରସରା ପଂଚାୟତର କାଲେଶ୍ୱର ଗ୍ରାମ ଠାରେ ଥିବା ଏକ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଓ ମାଡ ମରାଯାଉଥିବା ଅଭିଯୋଗ କରି ୫ ଜଣ ଛାତ୍ର ହଷ୍ଟେଲ ଛାଡି ପଳାଉଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଟରେ ପୁଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ, କାଲେଶ୍ୱର ଗ୍ରାମଠାରେ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହାୟତାରେ ଅନୁସୂଚିତ ଜାତି ଆବାସିକ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଛତ୍ରାଛାତ୍ରୀମାନେ ପଡୁଥିବା ବେଳେ ଗତକାଲି ସକାଳ ପ୍ରାର୍ଥନା ସମୟରେ ୫ ଜଣ ଛାତ୍ର ହଠାତ ପାଚେରୀ ଡେଇଁ ପଳାଇଥିଲେ ।

ସେମାନେ ବୌଦ୍ଧ ବସ ଷ୍ଟାଣ୍ଟରେ ବୁଲୁଥିବା ବେଳେ ସ୍ଥାନିୟ ଲୋକ ସେମାନଙ୍କୁ ପଚାରିଥିଲେ । ଯାହାଫଳରେ ଛାତ୍ରମାନେ ସେମାନଙ୍କୁ ସେଠାରେ ରୋଷୟା ମାଡ ମାରିଥିବା ସହିତ ନିର୍ଯାତନା ଦିଆଯାଇଥିବାର କହିଥିଲେ । ସ୍ଥାନିୟ ଲୋକେ ବୌଦ୍ଧ ପୁଲିସକୁ ଖବର ଦେଇଥିଲେ । ବୌଦ୍ଧ ପୁଲିସ ଆସି ପିଲାଙ୍କୁ ସେଠାରୁ ଉଦ୍ଧାର କରି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ଆଗରେ ପୁଲିସ ଛାତ୍ରମାନଙ୍କୁ ନିର୍ଯାତନା ଦେବା ବିଷୟ ନେଇ ପଚାରିଥିଲେ । ହେଲେ ଛାତ୍ରମାନେ ନୀରବ ରହିଥିଲେ । ପୁଲିସ ଛାତ୍ରମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା ।

- Advertisement -

ଯେଉଁମାନେ ସେମାନଙ୍କ ପିଲାଙ୍କୁ ନେବାକୁ ଚାହୁଛନ୍ତି । ସ୍କୁଲ ରେଜିଷ୍ଟରରେ ନାମ ଲେଖାଇ ନେବାକୁ ପରିବାର ଲୋକଙ୍କୁ କହିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କୁ ତାଙ୍କ ପରିବାର ଲୋକ ନେଇ ଥିବା ବେଳେ ବାକି ଚାରିଜଣ ଛାତ୍ର ଏବେବି ହଷ୍ଟେଲରେ ଥିବା ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ଅଜିତ ଭଂଜ କହିଛନ୍ତି । ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା କିମ୍ବା ମାଡ ମରାଯାଇନଥିବା ସେ ପ୍ରକାଶ କରିଛନ୍ତି । ସ୍କୁଲରୁ ପଳାଉଥିବା ଛାତ୍ରମାନଙ୍କ ଘର ଟିକରପଡା ଅଂଚଳର ତିନି ଜଣ, ଝାରକଟା ଅଂଚଳର ଜଣେ ଓ ବଲାକିରା ଅଂଚଳର ଜଣେ ଛାତ୍ର ବୋଲି ଜଣାପଡିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories