www.samajalive.in
Tuesday, December 9, 2025
16.1 C
Bhubaneswar

ଅସହାୟ କୁଷ୍ଠରୋଗୀଙ୍କ ଶବ ସତ୍କାର କଲେ ସତ୍ୟସାଇ ସେବା ସଂଗଠନ

ବୌଦ୍ଧ: କୁଷ୍ଠରୋଗୀ ଅସ୍ପୃଶ୍ୟ ନୁହଁନ୍ତି । ହେଲେ ସଭ୍ୟ ସମାଜରେ ଏହା ଏକ ସାମାଜିକ ବ୍ୟାଧୀ ହୋଇ ରହିଛି । ଏହାର ଜ୍ୱଳନ୍ତ ଉଦାହରଣ ଅହଲ୍ୟା ପ୍ରଧାନ, ଯିଏକି ବୌଦ୍ଧ ସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀ । ଅହଲ୍ୟା ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିବାବେଳେ ଗତକାଲି ରାତ୍ରି ପ୍ରାୟ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପରିବାର ଓ ସମାଜ ଠାରୁ ବିତାଡିତ ଅସହାୟ ଅହଲ୍ୟାଙ୍କ ଶବ ସତ୍କାର କରିବାକୁ କେହି ଆସିନଥିବା ବେଳେ କୁଷ୍ଠାଶ୍ରମର ଅନ୍ୟତମ ଅନ୍ତେବାସୀ ସଦାନନ୍ଦ ଭୋଇଙ୍କ ପାଖରୁ ଫୋନ ଯୋଗେ ସୂଚନା ପହଞ୍ଚିଥିଲା ବୌଦ୍ଧ ସତ୍ୟସାଇ ସେବା ସଂଗଠନର ସଭାପତି ଡା.ପ୍ରିୟବ୍ରତ ବେହେରାଙ୍କ  ନିକଟରେ । ଡା. ବେହେରା ତୁରନ୍ତ ସଂଗଠନର ସ୍ୱେଚ୍ଛାସେବୀ ଭାଇମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ସାଙ୍ଗରେ ନେଇ ପହଞ୍ଚିଥିଲେ କୁଷ୍ଠାଶ୍ରମରେ ।

ଅହଲ୍ୟାଙ୍କ ମରଶରୀରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶେଷ ଦର୍ଶନ କରିବା ସହିତ ସତ୍ୟସାଇ ସଂଗଠନର ସ୍ୱେଚ୍ଛାସେବୀ ମାନେ ଚାରିକାନ୍ଧ ଦେଇ ସତ୍କାର ପାଇଁ ନେଇଯାଇଥିଲେ ନିକଟସ୍ଥ ଶ୍ମଶାନ ଘାଟକୁ । ସତ୍ୟସାଇ ସଂଗଠନ ଦ୍ୱାରା କରାଯାଉଥିବା ଏହି ମହତ କାର୍ଯ୍ୟର ସୂଚନା ପାଇ ପହଞ୍ଚିଥିଲେ ଅନେକ ସରକାରୀ ଅଧିକାରୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିକେଆରସି ଦେଓ ହେମ୍ବ୍ରମ, ଯୁବ ରେଡକ୍ରସର ସମ୍ପାଦକ ପ୍ରବୀର କୁମାର ଦାସ ପ୍ରମୁଖ ପହଞ୍ଚି ଅହଲ୍ୟାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଅନ୍ତିମଯାତ୍ରାରେ ସାମିଲ ହୋଇଥିଲେ ।

- Advertisement -

ସୂଚନା ଯୋଗ୍ୟ ଯେ ସତ୍ୟସାଇ ସେଵା ସଙ୍ଗଠନ ଓ ଯୁବ ରେଡ଼ କ୍ରସର ସଦସ୍ୟ ମାନେ ଛୁଆଁ ଅଛୁଆଁ ଭେଦ ଭାଵର ଉର୍ଦ୍ଧକୁ ଯାଇ ସଦା ସର୍ବଦା କୁସ୍ଥାଶ୍ରମ ର ଅନ୍ତେବାସୀ ମାନଙ୍କୁ ସେଵା ସୁଶ୍ରୁସା କରି ଆସିଛନ୍ତି ଏବଂ ଶେଷ ସମୟରେ ମଧ୍ୟ ଉଚିତ ଜଣେ କୁଷ୍ଠ ରୋଗୀଙ୍କୁ କାନ୍ଧ ଦେଇ଼ ଶବ ସତ୍କାର କରିଥିବାରୁ ସହରରେ ଉଭୟ ସଙ୍ଗଠନ ଓ ସାମିଲ ହୋଇଥିବା ସରକାରୀ ଅଧିକାରୀଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି । ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ କୁଷ୍ଠ ରୋଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇଵା ପାଇଁ ଜନ ସଧାରଣଙ୍କୁ ପ୍ରେରିତ କରିବ । ଏହି ସତ୍କାର କାର୍ଯ୍ୟରେ ସତ୍ୟସାଇ ସଙ୍ଗଠନର ଜିଲ୍ଲା ସଭାପତି ଡା. ବେହେରାଙ୍କ ସମେତ ଅଞ୍ଜନ ମହାରଣା, ନାରାୟଣ ମହାରଣା, ସୁନୀଲ ବଘାର, କେଶଵାନନ୍ଦ ବେହେରା, କୃଷ୍ଣ ଗୋବିନ୍ଦ ମହାପାତ୍ର, ରିତେଶ ମହାପାତ୍ର ଓ ଯୁବ ରେଡ଼ କ୍ରସ ସମ୍ପାଦକ ଡ. ପ୍ରବୀର ଦାସଙ୍କ ସମେତ ମନୋଜ ପ୍ରଧାନ ଓ ଡା. ହେମ୍ରମ୍ ଆଦି ଉପସ୍ଥିତ ରହି ଶବ ସତ୍କାର କାର୍ଯ୍ୟ ସମ୍ପାଦନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories