www.samajalive.in
Saturday, December 13, 2025
14.1 C
Bhubaneswar

ସୁନାମାଲରେ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କୋକସରା : କଳାହାଣ୍ଡି ଜିଲା କୋକସରା ବ୍ଲକ ସୁନାମାଲରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଜୁଡା ଚାଷ ସାଙ୍ଗକୁ ଋଣ ଭାରରେ ଆକ୍ରାନ୍ତ ହୋଇ ଗତ ଗୁରୁବାର କୋକସରା ବ୍ଳକ ଗମ୍ଭାରୀଗୁଡା ଗାଁର ପରମାନନ୍ଦ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ସେହିଭଳି ତାଙ୍କ ଜୁଇ ନଲିଭୁଣୁ ଶୁକ୍ରବାର ଦିନ ସେହି ବ୍ଳକ ଅନ୍ତର୍ଗତ ସୁନାମାଲ ଗାଁର ଆଉ ଜଣେ ଚାଷୀ ସେଇ ସମାନ କାରଣରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ଗଣେଷ ସାହୁ(୨୫) ବୋଲି ଜଣାପଡିଛି। ମିଳିଥିବା ସୂଚନାଅନୁଯାୟୀ ମୃତ ଗଣେଷଙ୍କ ମାଁର ମୃତ୍ୟୁ ହୋଇସାରିଥିବାବେଳେ ଗତ ଚାରି ବର୍ଷ ହେବ ତାଙ୍କ ବାପା ଜଗଦିଶ ଭୂବନେଶ୍ୱରର ଏକ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଗଣେଷଙ୍କ ତିନି ଭଉଣୀ ବିବାହିତ। ଘରେ କେବଳ ଗଣେଷ ଓ ତାଙ୍କ ସାନ ଭାଇ ରୁଦ୍ର ରହୁଥିଲେ। ଗଣେଷ ଦରଜି କାମ କରୁଥିବାବେଳେ ରୁଦ୍ର ଏକ ପାନ ଦେକାନ କରି ଚଳୁଥିଲେ। ଚଳିତ ବର୍ଷ ମୃତକ ନିଜ ପିତୃ ଅର୍ଜିତ ସମ୍ପତ୍ତିରୁ ୪ଏକର ଚାଷ କରିଥିଲେ। ସେ ଏଥିପାଇଁ ଲଡୁଗାଁ ବ୍ୟାଙ୍କରୁ ଋଣ କରିଥିଲେ। ଠିକ ସମୟରେ ବର୍ଷା ନହେବାରୁ ପ୍ରାୟ ୮୦ଘଣ୍ଟା ପାଇପ ଲଗାଇ ମୃତକ ଜଣକ ଜମିରେ ପାଣି ମଡାଇଥିଲେ। କିନ୍ତୁ ତାହା କୌଣସି କାମରେ ଆସିଲା ନାହିଁ। ଉଜୁଡା ଫସଲ ଯୋଗୁଁ ଋଣ ସୁଝିବା ନେଇ ଆଶଙ୍କାରେ ଥିଲେ ମୃତକ। ଭାରକ୍ରାନ୍ତ ମନ ନେଇ ଶେଷରେ ଶୁକ୍ରବାର ଭଡା ନେଇଥିବା ନିଜ ଦରଜି ଦୋକାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ କୋକସରା ଥାନାଅଧିକାରୀ ଉତ୍ତମ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ପୁଲିସ, ତହସିଲଦାର ଓ କୃଷି ବିଭାଗର ମିଳିତ ତଦନ୍ତ ଚାଲିଛି। ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ।

ଅନ୍ୟପଟେ ଏହି ଘଟଣାରେ ବିଜେପି ତୁରନ୍ତ ହସ୍ତକ୍ଷେପ କରିଛି। ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ମହେଶ୍ୱର ସାହୁ ସମେତ କଳାହାଣ୍ଡି ବିଜେପି କୃଷକ ସେଲର ସଭାପତି ସୁଧିର ପାଟ୍ଟଯୋଷୀ, ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂଯୋଜକ ଅନିରୁଦ୍ଧ ପ୍ରଧାନ ଓ ବିକ୍ରମ କେଶରୀ ରାଉତ ରାୟ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଅପ୍ରେସ ସ୍ୱାଇଁ ପ୍ରମୂଖ ଘଟଣା ସ୍ଥଳରେ ପହଞ୍ଚି ପିଡୀତ ପରିବାରକୁ ଭେଟିବା ସହ ଉପଯୁକ୍ତ କ୍ଷତିପୂରଣ ଦାବୀ କରିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories