www.samajalive.in
Sunday, December 14, 2025
16.1 C
Bhubaneswar

ବାସ୍ତୁ ଉପାୟ : ଏହି ଭୁଲ କରୁଥିଲେ ସାବଧାନ.. ହୋଇଥାଏ ଧନହାନୀ

ବାସ୍ତୁ ଶାସ୍ତ୍ରରେ ଦିଗ ଓ ନିୟମର ଅନେକ ମହତ୍ତ୍ୱ ରହିଛି । କାର୍ଯ୍ୟାଳୟ ଓ ଘରର ପାଇଁ ମଧ୍ୟ ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାର ପାଳନ କରିବା ଦ୍ୱାରା ଧନ ଓ ଜୀବନରେ ଥିବା ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ମାତ୍ର ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‍ ପାଇଁ ଦୁର୍ଭାଗ୍ୟ ମାଡି ଆସିଥାଏ । ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି । ଏହାର ପ୍ରଭାବ ଘରର ସୁଖ-ସମୃଦ୍ଧି ଉପରେ ମଧ୍ୟ ପଡିଥାଏ । ଜାଣନ୍ତୁ କେଉଁ ଭୁଲ୍‍ ଦ୍ୱାରା ଏହି ସମସ୍ୟା ଦେଖାଦିଏ..
ବାସ୍ତୁ ଅନୁଯାୟୀ, ଆଲମିରା କିମ୍ବା ରୋଷେଇ ଘର ନିକଟରେ କେଉଁ ଜିନିଷ ରଖିବା ଉଚିତ ନୁହେଁ । ଏହି ସମସ୍ତ ଜିନିଷକୁ ରଖିବା ଦ୍ୱାରା ଧନହାନୀର ସମ୍ଭାବନା ରହିଥାଏ ।
ପରିବାରର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରୋଷେଇ ଘରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରାଯାଏ । ମାତ୍ର ଏଠାରେ ଔଷଧ କିମ୍ବା ଔଷଧ ବାକ୍ସ ରଖନ୍ତୁ ନାହିଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ରୋଗ ଲାଗି ରହିଥାଏ । ସଦସ୍ୟଙ୍କ ମଧ୍ୟରେ କଳହ ମଧ୍ୟ ହୋଇଥାଏ ।
ଯେଉଁ ସମୟରେ ଗାଧୁଆଘର ବ୍ୟବହାର କରୁଛନ୍ତି, ତା’ର କବାଟକୁ ନିଶ୍ଚୟ ବନ୍ଦ ରଖନ୍ତୁ । ଗାଧୁଆ ଘରେ ଭଙ୍ଗା କାଚ, ଛିଣ୍ଡା ଚପଲ, ଓଦା କପଡା,ଖାଲି ବାଲ୍ଟି ଆଦୌ ରଖନ୍ତୁ ନାହିଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ଧନର କ୍ଷୟ ହୋଇଥାଏ ।
ଆଲମିରା ଘର ହେଉ କିମ୍ବା କାର୍ଯ୍ୟାଳୟର ସବୁଠାରୁ ମୁଖ୍ୟ ଜିନିଷ । ଏଥିରେ ଦାମୀ ଜିନିଷ ରଖାଯାଏ । ତେଣୁ ଆଲମିରା ନିକଟରେ ଝାଡୁ, ଅଇଁଠା ବାସନ ଆଦି ରଖନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଧନ ଆଗମନରେ ବାଧା ଆସିଥାଏ । ତେଣୁ ଏହି ଭୁଲ୍‍ କରନ୍ତୁ ନାହିଁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories