www.samajalive.in
Thursday, December 11, 2025
15.1 C
Bhubaneswar

ତେଜିଲା ଟିଟିଲାଗଡ଼ ଜିଲା ଦାବି; ଗର୍ଜିଲେ ଉପଖଣ୍ଡବାସୀ

ଟିଟିଲାଗଡ଼: ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ଶାସକ ଦଳ ବିଜେଡି ପ୍ରଥମେ ନିର୍ବାଚନ କମିଶନଙ୍କ ଆଚାରଣ ଵିଧି ଲାଗୁ କରିଥିବା ଦର୍ଶାଇ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା। ଗତକାଲି ମୁଖ୍ୟମନ୍ତୀ ସିଧାସଳଖ ପଦ୍ମପୁର ଜିଲା ହେବ ବୋଳି ଘୋଷଣା ସହ ନିର୍ଦିଷ୍ଟ ତାରିଖ ମଧ୍ୟ ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ଦୀର୍ଘ ୩୦ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ଦାବି କରି ଆସୁଥିବା ବୁଦ୍ଧିଜୀବୀ, ଜନତାଙ୍କ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଆଜି ହଜାର ହଜାର ଜନତା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି କଚେରୀ ଛକ ପର୍ଯ୍ୟନ୍ତ ରାସ୍ତାରେ ମାନବ ଶୃଙ୍ଖଳ ସହ ଅଭିନଵ ଭାବରେ ଟିଟିଲାଗଡ଼ ଜିଲା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଜିଲା ସଂଗ୍ରାମୀମାନେ ଟିଟିଲାଗଡ଼ ବିଧାୟିକା ତଥା ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଇସ୍ତଫା ଦାବି କରିଥିଲେ। ଏହା ଅୟମାରମ୍ଭ ଆଗାମୀ ଦିନରେ ଆହୁରି ପ୍ରଖର ଆନ୍ଦୋଳନ ହେବ ବୋଲି ଗଣମାଧ୍ୟମରେ ଚେତାବନୀ ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଶୁଭକରନ ଜୈନ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ସମ୍ପାଦକ କୁନା ଭାଟି, ଟିଟିଲାଗଡ଼ ପୌରାଧ୍ୟକ୍ଷ ମମତା ଜୈନ, ବ୍ଳକ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ଆଇନଜୀବୀ ପ୍ରଦୀପ ମହାପାତ୍ର, ଦେବରାଜ ପଣ୍ଡା, ସୁବୋଧ ମିଶ୍ର, ରାଜେଶ ବାବୁ, କରାଟେ ସଂଘ ସମ୍ପାଦକ କେଦାର କବାଟ, ନାଟ୍ୟକାର ନୀଳମଣି ସାହୁ, ବଶିଷ୍ଠ ବିଭାର, କଂଗ୍ରେସ ନେତା ଦେବାନନ୍ଦ ସାହୁ ପ୍ରମୁଖ ବହୁ ସଂଗ୍ରାମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories